Latest Odisha News

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀଙ୍କୁ ୧୦କୋଟି ମାଗିଲା ଅଜଣା ବ୍ୟକ୍ତି

ନାଗପୁର: କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀଙ୍କୁ ଜଣେ ବ୍ୟକ୍ତି ୧୦ କୋଟି ଟଙ୍କା ଫୋନରେ ମାଗିଛି । ଏହା ନ ଦେଲେ ଭୟଙ୍କର କ୍ଷତି ହେବ ବୋଲି ଧମକ ମଧ୍ୟ ଦେଇଛି । ସେ ବିଜେପିର ଏହି ବରିଷ୍ଠ ନେତାଙ୍କୁ ୩ଥର ଫୋନ କରି ଧମକ ଦେଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ନାଗପୁରର କମଳା ସିଟି ହସ୍ପିଟାଲ ସମ୍ମୁଖରେ ଥିବା ଗଡକାରୀଙ୍କ ଜନ କଲ୍ୟାଣ କାର୍ଯ୍ୟାଳୟକୁ ଜୟେଶ ପୂଜାରୀ ଓରଫ ଜୟେଶ କାନ୍ତ ନାମକ ବ୍ୟକ୍ତି ଏହି ଫୋନ କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମନ୍ତ୍ରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।

କଲର ଜାନୁଆରୀ ୧୪ରେ କରିଥିବା ପ୍ରଥମ ଫୋନରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଭାବେ ପରିଚୟ ଦେଇଥିଲା । ଖୁବ ଶୀଘ୍ର ଧମକ ଦେଇଥିବା ଧରା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କର୍ଣ୍ଣାଟକର ବେଲଗାଭିର ହିନ୍ଦଲଗା ଜେଲରେ ମୃତ୍ୟୁଦଣ୍ଡ ପାଇଥିବା ପୂଜାରୀ ଏହି ଫୋନ କଲ ଘଟଣାରେ ସମ୍ପୃକ୍ତ ନାହିଁ ବୋଲି କହିଛି ।

Leave A Reply

Your email address will not be published.