Latest Odisha News

BREAKING NEWS

ବାଙ୍କିରେ ବ୍ୟାପିଛି ଡାଇରିଆ; ମହାନଦୀ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଗ୍ରାମବାସୀଙ୍କ ଅଭିଯୋଗ

କଟକ: ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ୪୨ ଜଣ ଆକ୍ରାନ୍ତ ନିକଟସ୍ଥ ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ଏବେ ବି ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଏପଟେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମହାନଦୀରୁ ଆସୁଥିବା ପାଣି ପିଇ ଡାଇରିଆ ବ୍ୟାପିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଗାଁ ରେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । ତେଣୁ ଏବେ ଗାଆଁରେ ଏକ ଟିମ୍ ଯାଇ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଓ ମେଡିସନ୍ ଦେଉଛନ୍ତି। । ଏଥିସହ ମହାନଦୀରୁ ଆସୁଥିବା ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି ।

ଏବେ ଡାଇରିଆ ସ୍ଥିତି ସ୍ଥିର ଅଛି ଅଧିକ ବ୍ୟାପିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବନବାସି ବେହେରା ସୂଚନା ଦେଇଛନ୍ତି।

Comments are closed.