Latest Odisha News

BREAKING NEWS

ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର, ସରଗରମ ରାଜନୀତି

ନୂଆଦିଲ୍ଲୀ: ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ନେଇ ସୂଚନା ମିଳିଥିବା ବେଳେ ନୀତିଶ ରାଜ୍ୟସଭା ଯିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇସାରିଛି। ବିହାରରେ ହୋଇପାରେ ବଡ଼ ରାଜନୈତିକ ପରିବର୍ତ୍ତନ। କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି। ଗୋଟେ ପଟେ ନୀତିଶ କୁମାର ରାଜ୍ୟସଭା ଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ନୀତିଶଙ୍କ ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେନେଇ ଜୋର ଧରିଛି ଚର୍ଚ୍ଚା।

ବିହାର ରାଜନୀତିରେ ବଡ଼ ଅଦଳବଦଳ ଦେଖିବାକୁ ମିଳିପାରେ। ଏହାକୁ ନେଇ ଏବେ ବିହାର ଠାରୁ ଦିଲ୍ଲୀ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ପୁଅ ନିଶାନ୍ତ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ। ବିଜେପି ହାତକୁ ଯାଇପରେ ମୁଖ୍ୟମନ୍ତ୍ରୀ ଆସନ। ଜେଡିୟୁ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆଜି ନାମାଙ୍କନ ଦାଖଲ କରିବେ ନୀତିଶ କୁମାର। ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ। ପ୍ରାର୍ଥପତ୍ର ଦାଖଲ ସମୟରେ ଅମିତ ଶାହା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ମାର୍ଚ୍ଚ ୧୬ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତିଶ। ଜେଡିୟୁର ୨ୟ ଆସନରେ ରାଜ୍ୟସଭା ଯାଇପାରନ୍ତି ରାମନାଥ ଠାକୁର। ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ନାମାଙ୍କନ ଦାଖଲ କରିବେ। ନୀତିଶ ଇସ୍ତଫା ଦେଲେ ବିଜେପି ବାଛିବ ବିଧାୟକ ଦଳ ନେତା। ବିଜେପି ହାତକୁ ଯାଇପାରେ ବିହାର ମୁଖ୍ୟମନ୍ତ୍ରୀ ଆସନ। ୮୯ ଆସନରେ ବିଜେପି, ୮୫ ଆସନରେ ଜେଡିୟୁ ନିର୍ବାଚନ ଜିତିଛି। ବିଜେପି ନେତା ମୁଖ୍ୟମନ୍ତ୍ରୀ ହେଲେ ବିହାର ରାଜନୀତିରେ ହେବ ବଡ଼ ପରିବର୍ତ୍ତନ। ନୀତିଶଙ୍କ ନିଷ୍ପତ୍ତିକୁ ଜେଡିୟୁ ସମର୍ଥନ କରିବ କହିଲେ ବରିଷ୍ଠ ନେତା।

Leave A Reply

Your email address will not be published.