ପୁରୀ: ପୁରୀ ବେଳାଭୂମିରେ ହେବନାହିଁ ବିଚ୍ ସ୍ୟାକ୍ସ ଯୋଜନା ବା ମଦ କୁଡ଼ିଆ ଯୋଜନା । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର । ବିଚ୍ ସ୍ୟାକ୍ସ ଯୋଜନା କାର୍ଯ୍ୟକାରୀ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଜିଲ୍ଲା ପ୍ରଶାସନ ।
ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା ବା ଓଟିଡିସି ପକ୍ଷରୁ ବିଚ୍ ସ୍ୟାକ୍ସ ଯୋଜନା ପାଇଁ ପ୍ରସ୍ତାବ ରହିଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ଗୋଆ ଭଳି ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥା ହୋଇ ଥାଆନ୍ତା । ଶ୍ରୀକ୍ଷେତ୍ରରେ ଏଭଳି ଯୋଜନାକୁ ବିଭିନ୍ନ ସଂଗଠନ ଜୋରଦାର ବିରୋଧ କରିଥିଲେ । ଏବେ ଏହି ଯୋଜନାକୁ ବନ୍ଦ କରାଯାଇଛି ।
Comments are closed.