Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଓ ଶ୍ରୀମାର୍ଗ ପାଇଁ କ୍ଷତିପୂରଣ ଦାବି କଲେ ବିସ୍ଥାପିତ

ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଓ ଶ୍ରୀମାର୍ଗ ପାଇଁ ମଠରୁ ଅନେକ ଲୋକଙ୍କୁ ବିସ୍ଥାପିତ କରାଯିବା ସହ ବହୁ ସଂଖ୍ୟାରେ ଗଛ ଲଗାଯାଇଥିଲା । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏଯାଏଁ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁନ । ନିଜ ଜୀବନ ଜୀବିକା ପାଇଁ ସେମାନେ ନିଜ ଘର ସମ୍ମୁଖରେ କାକୁଡି ବିକ୍ରି କରି ପରିବାର ଚଳାଉଥିଲେ ।

ହେଲେ ପୋଲିସ ଆଜି ଆସି ସେମାନଙ୍କୁ ସମୟ ନଦେଇ ସମସ୍ତ ଆସବାବପତ୍ର ଓ ସାମଗ୍ରୀ ଫିଙ୍ଗାଫିଙ୍ଗି କରି ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିବା ସହ ଆଉଥରେ ଦୋକାନ ପକାଇଲେ ତାଙ୍କ ଘର ଭାଙ୍ଗି ଦିଆଯିବ ବୋଲି ଧମକ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

ଏ ନେଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁହାରି କରିବାକୁ ଆସିଛନ୍ତି । ସେପଟେ ଏହି ଘଟଣା ଉପରେ ଅବଗତ ନଥିବା ପୁରୀ ଏସପି କହିଛନ୍ତି ।

Leave A Reply

Your email address will not be published.