Latest Odisha News

BREAKING NEWS

ଲକଡାଉନ ପ୍ରଭାବ: ମେ ୩ ଯାଏଁ ବନ୍ଦ ରହିବ ବିମାନ ଓ ରେଳ ଚଳାଚଳ

ନୂଆଦିଲ୍ଲୀ: ସାରାଦେଶରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ମେ ମାସ ୩ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ।

ସେହିପରି ରେଳ ବିଭାଗ ମଧ୍ୟ ଆସନ୍ତା ମେ ମାସ ୩ ତାରିଖ ଯାଏଁ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ସ୍ଥଗିତ ଘୋଷଣା କରିଛି।

ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନ ଅବଧି ଆଜି ଶେଷ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ସମୟସୀମାକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମଙ୍ଗଳବାର ଭାରତରେ ମୋଟ କରୋନା ମାମଲା ୧୦,୩୬୩ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩୯ ଛୁଇଁଛି ।

Leave A Reply

Your email address will not be published.