Latest Odisha News

BREAKING NEWS

ନିର୍ବାଚନ ଫଳାଫଳ ପାଟକୁରା ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଟକୁରା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ ।

“ରାଜନୀତିରେ କିଣାବିକାକୁ ବିଶ୍ୱାସ କରନ୍ତି ନାହିଁ ପାଟକୁରା ଭୋଟର୍ । ସେମାନେ ଥରେ ଯାହାକୁ ଭୋଟ୍ ଦେବାକୁ ମନସ୍ଥ କରିଛନ୍ତି, ତାହାକୁ ସେମାନେ ପରିବର୍ତ୍ତନ କରିବେ ନାହିଁ । ଯଦିଓ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ପାଟକୁରା ଲାଗି ନିର୍ବାଚନ ତାରିଖ ସ୍ଥିର କରିନାହାନ୍ତି ମାତ୍ର ଶାସକ ଦଳର ସରକାରୀ କଳର ଅପବ୍ୟବହାର ତଥା ପଇସା ଏଠାକାର ଭୋଟରମାନଙ୍କୁ ପ୍ରଭାବିତ କରିପାରିବ ନାହିଁ” ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୨୩ ତାରିଖରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱଲଙ୍କ ମୃତ୍ୟୁ ପରେ ଇସିଆଇଙ୍କ ଦ୍ୱାରା ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ କରାଯାଇଥିଲା ।

Leave A Reply

Your email address will not be published.