Latest Odisha News

BREAKING NEWS

ଓଡିଶାର ବାତ୍ୟା ପ୍ରପୀଡିତଙ୍କ ଲାଗି ଡିଜନି ଇଣ୍ଡିଆର ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଓଡିଶାବାସୀଙ୍କ ପୁନରୁଦ୍ଧାର ତଥା ସହାୟତା ଲାଗି ନିମନ୍ତେ ‘ଡିଜନି ଇଣ୍ଡିଆ’ ପକ୍ଷରୁ ସୋମବାର ଦିନ ୨ କୋଟି ଟଙ୍କା ପ୍ରଦାନ କରଯାଇଛି ।

ଏହି ସହାୟତା ରାଶି ‘ସେଭ୍ ଦ ଚିଲଡ୍ରେନ୍ ଇନ୍ ଇଣ୍ଡିଆ’ ମାଧ୍ୟମରେ ପ୍ରଦାନ କରାଯାଇଛି । ଯେଉଁ ବାତ୍ୟା ପ୍ରପୀଡିତମାନେ ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି, ଏହା ସେମାନଙ୍କୁ ସାହାର୍ଯ୍ୟ କରିପାରିବ ।

“ପ୍ରଳୟଙ୍କାରୀ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପ୍ରପୀଡିତଙ୍କ ଲାଗି ଆମେ ସହୃଦୟତାର ସହିତ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରିଛୁ । ଏହି ବାତ୍ୟା ପ୍ରପୀଡିତ ଅଞ୍ଚଳଗୁଡିକରେ କ୍ଷୟକ୍ଷତିର ପୁନରୁଦ୍ଧାର ହେବା ସହ ଏହା ସେମାନଙ୍କୁ କିଛି ମାତ୍ରାରେ ସହାୟତା ପ୍ରଦାନ କରିବ । ଏହି ସହାୟତା ମାଧ୍ୟମରେ ଆମେ ଆଶା କରୁଛୁ, ବାତ୍ୟା ପ୍ରପୀଡିତ କିଛି ପରିବାରଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ହୋଇପାରିବ” ବୋଲି ଷ୍ଟାର ଆଣ୍ଡ୍ ଡିଜନି ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ସଞ୍ଜୟ ଗୁପ୍ତା ଏକ ବିବୃତିରେ କହିଛନ୍ତି ।

୨୦୧୮ ମସିହା ଅଗଷ୍ଟ ମାସରେ କେରଳରେ ହୋଇଥିବା ବନ୍ୟାରେ ଡିଜନୀ ଓ ଷ୍ଟାର ଇଣ୍ଡିଆ ପକ୍ଷରୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବର୍ଷା ଓ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଫଳରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାବ୍ୟତିତ ଉପକୂଳ ଓଡ଼ିଶାରେ ମଧ୍ୟ ଅକଳନୀୟ କ୍ଷତି ଘଟିଛି।

Leave A Reply

Your email address will not be published.