Latest Odisha News

ଗୁଗଲ୍ ପେ କି ଫୋନ୍ ପେ ନୁହେଁ, ଡାଇରେକ୍ଟ ପକେଟ୍ ପେ

ମୁମ୍ବାଇ: ଲାଂଚ ! ଏମିତି ଏକ ଶବ୍ଦ ଯାହା ପୁରାଣରୁ ଆଧୁନିକ ଯୁଗରେ ବି ନିଜ ଅସ୍ତିତ୍ୱ ବଜାୟ ରଖିଛି । ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ଅଫିସର । ସବୁଠି ଚାଲେ ଲାଂଚ ଦିଆନିଆ । ଏହି ସାମାଜିକ ବ୍ୟାଧିକୁ ରୋକିବା ଏତେଟା ସହଜ ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ମହିଳା ଟ୍ରାଫିକ୍ ପୋଲିସ ଖୁଲମଖୋଲା ଲାଂଚ ନେବାରେ ଦେଖିବାକୁ ମିଳିଛି ।

କ୍ୟାମେରାରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ମହିଳା ସ୍କୁଟିରେ ବସିଛନ୍ତି । ଅନ୍ୟପଟେ ଜଣେ ଯୁବତୀ ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲେ । ପରେ ତାଙ୍କ ପକେଟରେ କିଛି ଟଙ୍କା ବି ଭର୍ତ୍ତି କରିଥିଲେ । ମିଳିଥିବା ଖବର ଅନୁଯାୟୀ ଭିଡିଓରେ ଯୁବତୀ ଜଣକ ବେଶ ସତର୍କତାର ସହ ମହିଳା ଟ୍ରାଫିକ କନେଷ୍ଟବଳ ସ୍ୱାତୀ ସୋନାରଙ୍କ ପକେଟରେ ଟଙ୍କା ଭର୍ତ୍ତି କରିଥିଲେ । ଏହାପରେ ସ୍ୱାତୀ ଯୁବତୀଙ୍କୁ ସ୍କୁଟି ନେବାକୁ ଅନୁମତି ଦେଇଥିଲେ ।

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ପିମ୍ପ୍ରି ସାଇ ଛକରେ ଏହି ଘଟଣା ଭାଇରାଲ୍ ହୋଇଥିଲା । ଏହି ମାମଲାକୁ ନେଇ ମହିଳା ଟ୍ରାଫିକ୍ କନେଷ୍ଟବଳ ସ୍ୱାତୀ ସୋନାର ନିଲମ୍ବିତ ହୋଇଥିଲାବେଳେ ଜାରି ରହିଛି ବିଭାଗୀୟ ତଦନ୍ତ । ତେବେ ଇଣ୍ଟରନେଟ୍‌ରେ ଏଭଳି ଘଟଣା ଭାଇରାଲ୍ ହେବା ପ୍ରଥମ ନୁହେଁ । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ତଥା ପୋଲିସ ଲାଂଚ ନେବାର ଭିଡିଓ ସାମ୍ନାକୁ ଆସିଛି ।

Leave A Reply

Your email address will not be published.