Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ : ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି  ।  ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ସିଂହର ଅବୟବ ମିଳିଛି । ହେଲେ ଏହା ଗୋଟିଏ ସିଂହମୂର୍ତ୍ତିର ଅବୟବ କିମ୍ବା ଦୁଇଟି ସିଂହମୂର୍ତ୍ତିର ଅବୟବ ତାହା ଅସ୍ପଷ୍ଟ ରହିଛି ।

BjdElectrycity

ପ୍ରକଳ୍ପ ସ୍ଥଳରୁ ଏଭଳି ଅବସ୍ଥାରେ ପୂରାତନ ମୂର୍ତ୍ତି ମିଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସିଷ୍ଟମ୍‌ସ ସର୍ଭେ ହୋଇଥିଲେ ଆଜି ଏଭଳି ଦେଖିବାକୁ ମିଳି ନଥାନ୍ତା ବୋଲି ଅଭିଯୋଗ ହେଉଛି ।

ପୂର୍ବରୁ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏଏସ୍ଆଇ କି ଏନ୍ଏମ୍ଏର ବିନା ଅମୁମତିରେ ପ୍ରକଳ୍ପ କାମ ଚାଲିଥିବାର ଏଥିରେ ଦର୍ଶାଯାଇଥିଲା । ଏଥିପାଇଁ ଜିପିଆର୍‌ଏସ୍ ସର୍ଭେ ହୋଇନାହିଁ । ପ୍ରତ୍ନତତ୍ତ୍ୱ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଯେକୌଣସି ଐତିହ୍ୟ ସ୍ଥଳରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ସଂପୃକ୍ତ ସ୍ଥାନର ମାଟି ତଳେ କିଛି ଐତିହ୍ୟ ରହିଛି କି ନାହିଁ, ଜାଣିବା ପାଇଁ ଜିପିଆର୍‌ଏସ୍ ନିହାତି ଜରୁରୀ ହେଲେ ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ତାହା ହୋଇନାହିଁ ।

ତେବେ ଏତେ ବଡବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ। ଆହୁରି ଅନେକ ମାଟି ତଳେ ରହିଥିବାର ମଧ୍ୟ ଅନୁମାନ କରାଯାଏ। ବିନା ସର୍ଭେରେ ଏପରି ଖନନ ହେଉଥିବାରୁ ଏବେ କିର୍ତ୍ତିରାଜି ସହ ମାଟିତଳେ ରହିଥିବା ପ୍ରାଚୀନ କିର୍ତ୍ତିରାଜି ସହ ମାଟିତଳେ ପୋତି ହୋଇ ରହିଥିବା ପ୍ରାଚୀନ ଐତିହ୍ୟର ଅଂଶ ବିଶେଷ ପ୍ରତି ମଧ୍ୟ ଦେଖାଦେଇଛି ବିପଦ।

 

Leave A Reply

Your email address will not be published.