Latest Odisha News

BREAKING NEWS

ଡିସେମ୍ବରରେ ବିବାହ ଯୋଜନାକୁ ନେଇ ସ୍ପଷ୍ଟ କଲେ କ୍ୟାଟ୍ରିନା; କହିଲେ…

ମୁମ୍ବାଇ: ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା। ଚଳିତ ବର୍ଷ ଉଭୟଙ୍କ ହେବନି ବୋଲି କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି। ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଦୁହେଁ ନିଜ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି।

BjdElectrycity

ତେବେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଗୁଜବକୁ ଅସ୍ବୀକାର କରି ଦେଇଥିଲେ। କ୍ୟାଟ୍ରିନା ଏବଂ ଭିକି ୨୦୧୯ରୁ ଡେଟିଂ କରୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ସେମାନେ ନିଜ ସମ୍ପର୍କ ସ୍ଥିତିକୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି।

ଅଗଷ୍ଟରେ, ସୋସିଆଲ ମିଡିଆରେ କ୍ୟାଟ୍ରିନା ଭିକିଙ୍କ ସହ ତାଙ୍କ ନିର୍ବନ୍ଧ ହୋଇସାରିଥିବା ଖବରକୁ ଅସ୍ବୀକାର କରିଥିଲେ। ଯାହାକୁ ନେଇ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏକ କ୍ଷାତକାରରେ କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବଂ ଭିକିଙ୍କର ବିବାହକୁ ନେଇ ପ୍ରଚାର ହେଉଥିବା ଖବରରେ କୌଣସି ସତ୍ୟତା ନାହିଁ।

Leave A Reply

Your email address will not be published.