ନୂଆଦିଲ୍ଲୀ: ଓଡ଼ିଶାରେ କୌଣସି ମେଟ୍ରୋ ରେଳ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ମିଳିନାହିଁ । ରାଜ୍ୟସଭାରେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣଭଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ସହର ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
ଭିତ୍ତିଭୂମି ବିକାଶ ଓ ସହରରେ ପରିବହନ ଭିତ୍ତିଭୂମି ଯେପରି ମଟ୍ରୋ ରେଳ ପ୍ରକଳ୍ପ ରାଜ୍ୟ ଉପରେ ନିର୍ଭର କରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସହରରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ଲାଗି ନୀତି ଅନୁସାରେ କେନ୍ଦ୍ର ସରକାର ରାଜ୍ୟକୁ ଅନୁଦାନ ଯୋଗାଇ ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶାରେ କୌଣସି ମେଟ୍ରୋ ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ଯୋଜନା ରହିଛି କି ବୋଲି ବିଜେପି ସାଂସଦ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ।
୨୦୧୪ ମସିହାରେ ଓଡ଼ିଶା ସରକାର-ସିକନ୍ଦରାବାଦର ବାଲାଜୀ ରେଳବୋର୍ଡ ସିଷ୍ଟମ ଲିମିଟେଡ୍ ସହ ଏକ ଡିପିଆର୍ ଭୁବନେଶ୍ୱର-କଟକରେ ମେଟ୍ରୋ ରେଳ ନେଇ ପ୍ରସ୍ତୁତ କରିଥିଲେ । କମ୍ପାନୀ ଉଭୟ ସହରର ୩୦ କିମି ଅଞ୍ଚଳକୁ ନେଇ ଡିପିଆର୍ ତିଆରି କରିଥାନ୍ତା । ପରେ ରାଜ୍ୟ ସରକାର ୨୦୧୮ରେ କଟକ, ଭୁବନେଶ୍ୱର ଟ୍ୱିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ମତ ଦେଇଥିଲେ ।
୨୦୧୯ରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ୧୬ତମ ବିଧାନସଭାକୁ ସମ୍ବୋଧିତ କଲାବେଳେ କଟକ ଓ ଭୁବନେଶ୍ୱରକୁ ମେଟ୍ରୋ ଟ୍ରେନ୍ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ଚେଷ୍ଟା କରନ୍ତୁ ବୋଲି କହିଥିଲେ ।
Comments are closed.