Latest Odisha News

BREAKING NEWS

କରୋନା ପାଇଁ ପାଳନ ହେଲାନି ଚଇତି ପର୍ବ

ମାଲକାନଗିରି: ଆଦିବାସୀ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ଚଇତି ପର୍ବର ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । କରୋନାକୁ ଦୃଷ୍ଟିରେ ରଖି ପାରମ୍ପରିକ ଚଇତି ପର୍ବର ଅନେକ ପ୍ରଥା ଓ ପରମ୍ପରା ପାଳନକୁ ବନ୍ଦ ରଖାଯାଇଛି ।

ପର୍ବ ସମୟରେ ସାଧାରଣତଃ ଆଦିବାସୀମାନେ ଶିକାରର ମଜ୍ଜା ଉଠାଇଥାନ୍ତି । ଏଥି ସହ ରାସ୍ତାରେ ଚଳାଚଳ କରୁଥିବା ଗାଡିମଟର ଅଟକାଇ ଟଙ୍କା ଆଦାୟ କରିଥାନ୍ତି । ରାତିରେ ସେଇ ଟଙ୍କାରେ ଭୋଜିଭାତ ହୁଏ । ପାରମ୍ପରିକ ବାଜାର ତାଳେ ତାଳେ ପୁରୁଷ ମହିଳା ପାଦରେ ପାଦ ମିଶାଇ ନୃତ୍ୟ କରିଥାନ୍ତି । କିନ୍ତୁ ଏସବୁ ଚଳିତ ବର୍ଷ ବନ୍ଦ ରହିଛି । କେବଳ ପରମ୍ପରା ବଞ୍ଚାଇବା ପାଇଁ ଯଥାରୀତି ପୂଜାର୍ଚ୍ଚନା ହୋଇଛି । ଦୀଶାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ନିଜ ନିଜ ପରିବାର ସହ ପରମ୍ପରାକୁ କରିଛନ୍ତି ।

Leave A Reply

Your email address will not be published.