Latest Odisha News

BREAKING NEWS

କରୋନା ଭୟରେ ଭାଙ୍ଗିଲା ପରମ୍ପରା : ଗଡିବ ନାହିଁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଇତିହାସରେ ପ୍ରଥମ ଥର ପାଇଁ ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ଗଡିବ ନାହିଁ । କରୋନା ଭୟବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଏହି ନିଷ୍ପତ୍ତି ଫଳରେ ଭୁବନେଶ୍ୱରର ଏକ ପ୍ରମୁଖ ଯାତ୍ରା ବନ୍ଦ ହୋଇଛି । ଏ ନେଇ ମନ୍ଦିର ପ୍ରଶାସନ ଓ ସରକାରଙ୍କ ଭିତରେ ଆଲୋଚନା ହୋଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଯଥା ଗହଳି ନ କରିବାକୁ ଗାଇଡଲାଇନ ଜାରି କରିଛନ୍ତି । ତେଣୁ ଯାତ୍ରାକୁ ବନ୍ଦ ରଖାଯାଇଛି ।

ଆଜିର ରୁକୁଣା ରଥ ଯାତ୍ରା ପାଇଁ ମଙ୍ଗଳବାର ହେବାକୁଥିବା ନେତ୍ର ଉତ୍ସବ ଓ ମରିଚିକୁଣ୍ଡ ପାଣି ନିଲାମ ବିଧି କରାଯାଇ ନ ଥିଲା । ରଥଯାତ୍ରା ପରମ୍ପରା ଭଙ୍ଗ ହୋଇଥିବାରୁ କୌଣସି ନୀତିକ୍ରାନ୍ତି କରାଯାଇ ନ ଥିବା ସେବାୟତ କହିଛନ୍ତି ।

ଅଳ୍ପ କିଛି ସେବାୟକଙ୍କ ସହଯୋଗରେ ରଥଯାତ୍ରା କରିବା ପାଇଁ ୪ ନିଯୋଗ ସେବାୟତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଭେଟି ଆଲୋଚନା କରିଥିଲେ । କିନ୍ତୁ ପୋଲିସ କମିଶନର କୌଣସି ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ ।

ବିଧି ମୁତାବକ, ଥରେ ରୁକୁଣା ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ଯାଏଁ ଆଉ ରଥ ଗଡେନି । ଆଜିର ରଥ ନ ଗଡିବା ନିଷ୍ପତ୍ତି ପରେ ଆର ବର୍ଷକୁ ରଥ ଗଡୁଚି ନା ଆଉ ୧୨ ବର୍ଷ ଅପେକ୍ଷା କରିବାକୁ ପଡୁଛି ତାହା ଦେଖିବାର କଥା ।

Leave A Reply

Your email address will not be published.