Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଏବେ ଲଘୁ ଚାପ ସୃଷ୍ଟି ହେବାର ସମ୍ଭାବନା ନଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଏହା ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୧୯ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁ ଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା। ତେବେ ଯାହାକୁ ଏବେ ମନା କରିଛନ୍ତି ପାଣିପାଗ ବିଭାଗ।

ଗଣମାଧ୍ୟମ ସୂଚନା ଦେଇ ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ମଦନ ମୋହନ ଦାସ କହିଛନ୍ତି ଯେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ଥିବାରୁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରାଜସ୍ଥାନରୁ ଉତ୍ତରପ୍ରଦେଶର ପଶ୍ଚିମ ପର୍ଯ୍ୟନ୍ତ ଲମ୍ବିଥିବା ମୌସୁମୀ ପ୍ରଭାବରେ ଓଡିଶାରେ ବର୍ଷା ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁରୁବାର ଏବଂ ଶୁକ୍ରବାର ଦିନ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.