Latest Odisha News

BREAKING NEWS

‘ସୁଇସାଇଡ ଅର ମର୍ଡର’ ସୁଶାନ୍ତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବିଜୟ ଶେଖର ଗୁପ୍ତା

ମୁମ୍ବାଇ: ସୁଶାନ୍ତ ଶେଖର ରାଜପୁୂତଙ୍କ ଆତ୍ମହତ୍ୟା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଚେହେରାକୁ ପଦାରେ ପକାଇ ଦେଇଛି । ସୁଶାନ୍ତଙ୍କ ମୃତ୍ୟୁରେ ବିଜୟ ଶେଖର ଗୁପ୍ତା ଭାଙ୍ଗି ପଡିଛନ୍ତି । ସେ ସୁଶାନ୍ତଙ୍କ ଜୀବନ ଉପରେ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ରଖାଯାଇଛି ସୁଇସାଇଡ ଅର ମର୍ଡର । ଏପରିକି ସେ ଏହାର ଏକ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ।

ଫିଲ୍ମ ଜାରିଆରେ ବଲିଉଡର ନଗ୍ନ ରୂପ ମୁଁ ସମସ୍ତଙ୍କ ସାମ୍ନାକୁ ଆଣିବି । କିପରି କେତେକ ବ୍ୟକ୍ତିଙ୍କ ଯୋଗୁ ପ୍ରତିଭାବାନ କଳାକାର ସୁଯୋଗ ପାଉ ନାହାନ୍ତି ତାହା ଚିତ୍ରଣ କରାଯିବ । ସୁଶାନ୍ତଙ୍କ ଜୀବନ ଏହାର ମୂକସାକ୍ଷୀ ହେବ ବୋଲି ସେ କହିଛନ୍ତି । ଆମ ଟିମ୍ ଏବେଠାରୁ ରିସର୍ଚ୍ଚ ଆରମ୍ଭ କରିଛନ୍ତି । ବଲିଉଡ କାହା ବାପାର ନୁହେଁ । ଯେଉଁମାନଙ୍କୁ ହଇରାଣ କରାଯାଇଛି ସେମାନଙ୍କୁ ଫିଲ୍ମରେ ନେବା ପାଇଁ ଚେଷ୍ଟା କରିବି ବୋଲି ବିଜୟ କହିଛନ୍ତି ।

Leave A Reply

Your email address will not be published.