Latest Odisha News

BREAKING NEWS

ମୌସୁମୀର ଲୁଚକାଳି ଖେଳ, ପଡ଼ିଆ ପଡ଼ିଛି ରାୟଗଡ଼ା ୭୦ ଭାଗ ଧାନ ଜମି

ରାୟଗଡ଼ା: ପ୍ରକୃତିର ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଏ ବର୍ଷର ଚାଷୀ ଭାଇ ଚିନ୍ତାରେ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନବିଲରେ ଏ ଯାଏ ଆଶାନୁରୂପ ରୁଆ ବେଉଷଣା ହୋଇପାରି ନାହିଁ । ଆଷାଢ଼ ଯାଇ ଶ୍ରାବଣ ମଝି ହେବାକୁ ବସିଲାଣି ହେଲେ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା ଦିନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ଅଣ ଜଳସେଚିତ ଚାଷ ଜମି ଫାଟି ଆଁ କଲାଣି । ଧାନ ଗଛ ସୁଖି ଗଲାଣି ।

ନିଅଣ୍ଟିଆ ବର୍ଷା ଯୋଗୁଁ ଇନ୍ଦ୍ର ଦେବତାଙ୍କ କୃପାକୁ ଅପେକ୍ଷା କରି କୃଷି କାର୍ଯ୍ୟ କରୁଛନ୍ତି ଏଠିକାର ଚାଷୀ । ଏ ବର୍ଷ ସମାନ୍ୟଠୁ ୭୫ ପ୍ରତିଶତ କମ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଜିଲ୍ଲାରେ ଠପ୍ ହୋଇ ଯାଇଛି । ସେପଟେ କୃଷି ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ସହୁକାରଙ୍କଠୁ ଋଣ ଆଣି ଏ ବର୍ଷ ଚାଷ ଉଠାଇ ଭଲ ଫସଲ ଅମଳ ଆଶା ପାଣିର ଗାର ପାଲଟିବାକୁ ବସିଛି । ତେବେ ଆସନ୍ତା ୨ ଦିନ ମଧ୍ୟରେ ବର୍ଷିାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ରାୟଗଡା ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି ।

No Rain In Monsoon Season, Drought Like Situation In Rayagada

ଫଳରେ ଖରିଫ ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ହଳ ଲଙ୍ଗଳ ଜୋତି ଚାଷୀ ହଳ କରି ଛାଡ଼ିଥିବା ବେଳେ ପାଣି ଅଭାବ ଯୋଗୁଁ ତଳିରୁଆ ହୋଇ ପାରୁନାହିଁ । ଚଳିତ ଥର ଆବଶ୍ୟକ ପରିମାଣରେ ବର୍ଷା ଅଭାବ ଯୋଗୁଁ ଜିଲ୍ଲାରେ ପାଖାପାଖି ୨୦ ହଜାର ହେକ୍ଟର ଧାନ ଜମିରେ ରୁଆ କାମ ବାଧାପ୍ରପ୍ତ ହୋଇଛି । ଜୁନ ମାସରେ ବର୍ଷା ପରିମାଣ ୧୯୫.୩ ମିଲିମିଟର ହେବା ସ୍ଥଳେ ଚଳିତ ବର୍ଷ ହୋଇଛି ମାତ୍ର ୪୯.୦ ମିଲିମିଟର ବର୍ଷା । ସେହିଭଳି ଜୁଲାଇ ମାସରେ ହାରାହାରି ବର୍ଷା ପରିମାଣ ୧୨ ତାରିଖ ସୁଦ୍ଧା ୧୨୦ ମିଲିମିଟର ବର୍ଷା ହେବା ସ୍ଥଳେ ଜିଲ୍ଲାର ଏହି ସମୟରେ ହୋଇଛି ମାତ୍ର ୪୦ ମିଲିମିଟର ବର୍ଷା ।

ତେବେ ବର୍ଷା ପରିମାଣ ଏତେ କମ ହୋଇଥିବାରୁ ଚଳିତ ବର୍ଷ ଅନେକ ସ୍ଥାନରେ ଧାନ ଗଜା ମରୁଡ଼ି ହେବାର ଆଶଙ୍କା ଉପୁଜିଛି । ୨୦୨୦ ମସିହାରେ ସ୍ଵାଭାବିକ ବର୍ଷା ଯୋଗୁଁ ୫୫, ୧୧୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଚଳିତ ବର୍ଷ କମ ବର୍ଷା ହୋଇଥିବାରୁ ରାୟଗଡ଼ାରେ ମୋଟ ୨୮ ହଜାର ହେକ୍ଟର ଜମିରେ ଧାନ ଚାଷ କରିବା ନିମନ୍ତେ ବିଭାଗ ଲକ୍ଷ ଧାର୍ଯ୍ୟ କରିଛି ।

ଅନ୍ୟପଟେ ଜିଲ୍ଲାରେ ଧାନ ଚାଷର ଲକ୍ଷ ଧାର୍ଯ୍ୟ କମିଥିବା ବେଳେ କମ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଚାଷ ଜମିରେ ରୁଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭଲ ବର୍ଷା ଟିଏ ନ ହେଲେ ଜିଲାରେ ଗଜା ମରୁଡ଼ିର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ ।

Leave A Reply

Your email address will not be published.