Latest Odisha News

BREAKING NEWS

ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ହିଟ୍‌ୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ସୂର୍ଯ୍ୟକୋପରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା ହେଉଛି। ଆଜିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟ୍‌ୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ସୂଚନା ଅନୁଯାୟୀ ଆଜି ଓ ଆସନ୍ତାକାଲି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହେବ। ୧୩ ଦିନ ଧରି ଚାଲିଥିବା ଅହସ୍ଯ ତାପମାତ୍ରା ବୃଦ୍ଧି ଏହି ଦୁଇଦିନରେ ପିକ୍ ଛୁଇଁବ। ଏହାପରେ ବାୟୁ ଚଳାଚଳରେ ପରିବର୍ତ୍ତନ ଯୋଗୁଁ ଧୀରେ ଧୀରେ ତାପମାତ୍ରା କମିବ। କିନ୍ତୁ ପାରଦ ୪୦ ଡିଗ୍ରୀ ପାର କରିବ। ମେ ଦ୍ବିତୀୟ ସପ୍ତାହ ଯାଏ ତାତି ଜାରି ରହିବ। ମେ ୧ ତାରିଖ ଯାଏଁ ରାଜ୍ଯର ୧୫ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି।

ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବାର ମଧ୍ୟ ଆଶଙ୍କା ରହିଛି। ମେ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟୱେଭ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୂଚନା ଥାଉକି ଗତକାଲି ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ବା ତା’ ଠାରୁ ଉପରେ ରେକର୍ଡ କରାଯାଇଥିଲା। ସେହିପରି ୨୭ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଗତକାଲି ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ଅନୁଗୁଳ। ଏଠାରେ ପାରଦ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

 

Leave A Reply

Your email address will not be published.