Latest Odisha News

BREAKING NEWS

ବାଣୀବିହାରରେ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଭୁବନେଶ୍ୱର: ଏବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ ।

ବାଣୀବିହାର କ୍ୟାମ୍ପସରେ ଶାନ୍ତ ବାତାବରଣ ନଥିବାରୁ ଏବର୍ଷ ନିର୍ବାଚନ ବନ୍ଦ ରଖିବାନେଇ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି ।

ଗଣମାଧ୍ୟମକୁ ସୂଚନାଦେଇ ବାଣୀବିହାର ଛାତ୍ର ସଂସଦର ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ କହିଛନ୍ତି, ଗତକିଛିଦିନ ହେଲା ବାଣୀବିହାର କ୍ୟାମ୍ପସରେ ଅଶାନ୍ତ ପରସ୍ଥିତି ଉପୁଜିଛି, ଏଠାରେ ରାଜନୈତିକ ବାତାବରଣ ଅଶାନ୍ତ ରହୁଥିବାରୁ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା ।

ଏହି ନିର୍ବାଚନ ଅନୁଷ୍ଠିତ ହେଲେ କ୍ୟାମ୍ପସରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିବାର ସମ୍ଭାବନା ରହିଛି ।

ଗତବର୍ଷ ମଧ୍ୟ କ୍ୟାମ୍ପରେ ହିଂସାତ୍ମକ ଘଟଣା ଏବଂ ଅଶାନ୍ତ ବାତାବରଣ ଯୋଗୁଁ ଏଠାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇପାରିନଥିଲା ।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧୧ ତାରିଖରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

Leave A Reply

Your email address will not be published.