Latest Odisha News

BREAKING NEWS

ଟିକା ନ ନେଲେ ମିଳିବନି ଦରମା

ନୂଆଦିଲ୍ଲୀ: କରୋନା ବିରୋଧରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସରକାରୀ କର୍ମଚାରୀମାନେ ଯଦି ଟିକା ନ ନିଅନ୍ତି ତେବେ ଆସନ୍ତା ମାସରୁ ସେମାନଙ୍କୁ ଦରମା ମିଳିବ ନାହିଁ।

ଏଥିରେ କୁହାଯାଇଛି ଯେ ଯଦି ସରକାରୀ କର୍ମଚାରମାନେ ଜୁଲାଇ ୩୧ ସୁଦ୍ଧା ଟିକାକରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଦରମା ପ୍ରଦାନ କରାଯିବ ନାହିଁ। ଟିକାକରଣ ପ୍ରମାଣପତ୍ର ପ୍ରସ୍ତୁତ କରିବା ପରେ ଜୁଲାଇ ମାସରେ କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି।

Comments are closed.