ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ହତ୍ୟା ଧମକ । ଏହି ମାମଲାରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ହତ୍ୟା ଧମକ ରହସ୍ୟକୁ ଭେଦିବା ପାଇଁ ଜାରି ରହିଛି ପୋଲିସର ତନାଘନା ।
ଆଜି ନୋଇଡା ଜରୁରୀକାଳୀନ ନମ୍ବର ୧୦୦କୁ ଆସିଥିଲା ଏକ ତାଜୁବ କଲାଭଳି ଫୋନ୍କଲ । ଜଣେ ବ୍ୟକ୍ତି ଫୋନ କଲରେ ଦେଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ଧମକ ଆଧାରରେ ନୋଇଡା ପୋଲିସ ଦ୍ୱାରା ଜଣେ ୩୩ ବର୍ଷୀୟ ଯୁବକ ଗିରଫ ହୋଇଛି ।
A man, Harbhajan, has been arrested in Phase-3 Police Station area of Noida for calling Dial 100 & threatening PM Narendra Modi. He is being questioned. Prima facie, he seems to be a drug addict: Additional DCP (Central Noida) Ankur Aggarwal pic.twitter.com/SFVqiCv9JS
— ANI UP (@ANINewsUP) August 10, 2020
ସେଣ୍ଟ୍ରାଲ ନୋଇଡାର ଆଡିସନାଲ୍ ଡିସିପିଙ୍କ ଅନୁଯାୟୀ ଗିରଫ ଅଭିଯୁକ୍ତର ପରିଚୟ ଅଙ୍କୁର ଅଗ୍ରୱାଲ ଓରଫ ହରଭଜନ । ସେ ହରିୟାଣାର ବାସିନ୍ଦା ହୋଇଥିଲାବେଳେ ନୋଇଡା ସେକ୍ଟର-୬୬ରେ ରହୁଥିବା ଜଣାପଡିଥିଲା । ଧମକପୂର୍ଣ୍ଣ ଫୋନ୍ କଲ୍ ପାଇବା ପରେ ଆରମ୍ଭ ହୋଇଥିଲା ଧରପଗଡ । ଶେଷରେ ନୋଇଡାର ଫେଜ-୩ ଅଂଚଳରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ଗିରଫ ସମୟରେ ଅଭିଯୁକ୍ତ ଜଣକ ନିଶାଗ୍ରସ୍ତ ଥିଲାବେଳେ ତାକୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।
Comments are closed.