Latest Odisha News

BREAKING NEWS

ପତ୍ନୀ ଏବଂ ଝିଅଙ୍କୁ ନିଆରା ଢଙ୍ଗରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ

ନୂଆଦିଲ୍ଲୀ: ଆଜି ହେଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏହି ବାର୍ତ୍ତା ସହିତ ପତ୍ନୀ ଅନୁଷ୍କା ଏବଂ ତାଙ୍କ ଝିଅ ଭାମିକାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

BjdElectrycity

ତାଙ୍କ ଝିଅର ଜନ୍ମ ହେବାର ଅନୁଭୂତି ବର୍ଣ୍ଣନା କରି କୋହଲି ଲେଖିଛନ୍ତି ଯେ ଏହା ହେଉଛି ‘ସବୁଠାରୁ ଅବିଶ୍ୱସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି’। ସେ ଆହୁରି ମଧ୍ୟ ‘ଅତି ଦୟାଳୁ ଏବଂ ଶକ୍ତିଶାଳୀ ମହିଳା’ ଅନୁଷ୍କା ଶର୍ମାଙ୍କୁ ମହିଳା ଦିବସ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ ଭାମିକା ତାଙ୍କ ମା ପରି ବଢିବେ।

ଚିତ୍ରରେ ଅନୁଷ୍କା ଶିଶୁ ଭାମିକାଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ବିରାଟ କୋହଲି ଆହୁରି ମଧ୍ୟ ଲେଖିଛନ୍ତି, ଯେ ମହିଳାମାନେ ଆମ ପୁରୁଷଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଅଟନ୍ତି। ସମସ୍ତଙ୍କ ପାଇଁ ମହିଳା ଦିବସର ଶୁଭେଚ୍ଛା।

Leave A Reply

Your email address will not be published.