Latest Odisha News

BREAKING NEWS

ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଛି ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ‘ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଥିବା କଥା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ୟୁନିଫିକେସନ୍ ମନ୍ତ୍ରାଳୟ  କହିଛି ଯେ, ଉତ୍ତର କୋରିଆ ଇଣ୍ଟର୍‌-କୋରିଆ ଲିଆଇଜନ୍ ଅଫିସ୍‌କୁ ଧ୍ବଂସ କରିଛି । ମଙ୍ଗଳବାର ଉତ୍ତର କୋରିଆର ସୀମାନ୍ତ ସହର କାଏସଙ୍ଗ୍‌ର ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ବିସ୍ଫୋରଣ ଘଟିବା ସହ ଧୂଆଁ ଉଠୁଥିବା ଦେଖାଯାଇଥିଲା ବୋଲି ୟୋନ୍‌ହାପ୍ ନିଉଜ୍ ଏଜେନ୍ସି କହିଛି । ଦକ୍ଷିଣ କୋରିଆ ସହ ମିଳିତ ଭାବେ ଏହି ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିର୍ମାଣ କରାଯାଇଥିଲା । କିନ୍ତୁ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ତାହାକୁ ବନ୍ଦ କରି ଦିଆଯାଇଥିଲା ।

ସିଓଲ୍ ଏବଂ ପିୟୋଙ୍ଗ୍ୟାଙ୍ଗ୍ ମଧ୍ୟରେ ସମ୍ପର୍କ ବଜାୟ ରଖିବା ନିମନ୍ତେ ଦୁଇ ବ‌ର୍ଷ ତଳେ ସେ ପାର୍କରେ ଲିଆଇଜନ୍ ଅଫିସ କରାଯାଇଥିଲା । ଉତ୍ତର କୋରିଆକୁ ପିୟୋଙ୍ଗ୍ୟାଙ୍ଗ୍ ଉଡ଼ନ୍ତା ବେଲୁନ୍ ମାଧ୍ୟମରେ ବିରୋଧୀ ଲିଫ୍‌ଲେଟ୍ ପଠାଇଥିବା କାରଣରୁ ଦକ୍ଷିଣ କୋରିଆ ଉପରେ ସାମରିକ କାର‌୍ୟ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ନିକଟରେ କିମ୍ ଜୋଙ୍ଗ୍-ଉନ୍‌ଙ୍କ ଭଉଣୀ ଧମକ ଦେଇଥିଲେ।

Leave A Reply

Your email address will not be published.