Latest Odisha News

BREAKING NEWS

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଆର୍ଥାତ୍ କରୋନା ଆକ୍ରାନ୍ତ ନାହାଁନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ମୁକ୍ତ କରାଯିବ ବୋଲି ଡାକ୍ତର କହିଛନ୍ତି ।

ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ ହୋଇପଡିଥିଲେ । ତଂଟି ଦରଜ ହେବା ସହ ଭୀଷଣ ଜ୍ୱର ହୋଇଥିଲା । ଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ କରୋନା ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ଆଜି ରିପୋର୍ଟ ନେଗେଟିଭ୍ ଆସିଛି । ଡାକ୍ତର କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅମ୍ଳଜାନ କମିବା ସହ ଜ୍ୱର ଥିଲା । ସେ ଅଳ୍ପ ଅସୁସ୍ଥ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ।

Leave A Reply

Your email address will not be published.