Latest Odisha News

BREAKING NEWS

ଗୋଇନ୍ଦା ସାଟେଲାଇଟ ଲଂଚ କରିବ ଉତର କୋରିଆ, ଆଲର୍ଟରେ ଜାପାନ ସେନା

ଟୋକିଓ: ଉତର କୋରିଆ ଏହି ସପ୍ତାହରେ ତାର ଗୋଇନ୍ଦା ସାଟେଲାଇଟ ଲଂଚ କରିବ । ଏହା ପୂର୍ବରୁ ଜାପାନ ତାର ସେନାକୁ ହାଇ ଆଲର୍ଟରେ ରଖିଛି । କୌଣସି ପ୍ରକାରର ମିସାଇଲ, ରକେଟ ଓ ସାଟେଲାଇଟ ଜାପାନରେ ପଡିବା ପୂର୍ବରୁ ଏହାକୁ ଧ୍ୱଂସ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଜାପାନ ଏଥିପାଇଁ ଓକିନୋଭାରେ ଆମେରିକାର ମିସାଇଲ ଡିଫେନ୍ସ ସିଷ୍ଟମ ପ୍ୟାଟ୍ରିୟଟ ଓ ଏଜିସ ଡେଷ୍ଟ୍ରୋୟରକୁ ନିୟୋଜିତ କରିଛି । ଜାପାନ ଟାଇମ୍ସ ରିପୋର୍ଟ ମୁତାବକ ଉତର କୋରିଆ ନିୟମ ବିରୋଧରେ ଯାଇ ଅନେକଗୁଡିଏ ସାଟେଲାଇନ ଲଂଚ କରିଛି । ଏହା ସତ୍ୱେ କେହି ଏହାକୁ ଖସାଇବା ପାଇଁ ସାହସ କରି ନାହାନ୍ତି ।

ଗୋଇନ୍ଦା ସାଟେଲାଇଟକୁ ପଂହଚାଇବାକୁ ହେଲେ ଉତର କୋରିଆକୁ ଅଧିକ ଦୂରତା ସମ୍ପନ୍ନ ପ୍ରୋଜେକଟାଇଲର ଆବଶ୍ୟକତା ପଡିବ । ଆମେରିକାର କଟକଣା ଯୋଗୁ କୋରିଆ ଏ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିନି । ଜାପାନ ଯଦି ଏହି ସାଟେଲାଇଟକୁ ଶୁଟ କରିବ ତାହାହେଲେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିବ । ଅପରପକ୍ଷରେ ଉତର କୋରିଆ ସଫଳ ହେଲେ ଏହା ସିଧାସଳଖ ଆମେରିକା ଓ ଜାପାନକୁ ଚ୍ୟାଲେଞ୍ଜ ହେବ ।

Leave A Reply

Your email address will not be published.