Latest Odisha News

ବ୍ରାଉନସୁଗାର ବିକ୍ରି ପାଇଁ ବାଇକ୍ ଧରି ଖୋଜୁଥିଲେ ଗ୍ରାହକ, ମାଡ଼ି ବସିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା ମିଳିଛି । ବାଇକ୍ ଧରି ବ୍ରାଉନସୁଗାର ବିକ୍ରି ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଗିରଫ ହୋଇଛନ୍ତି ।

ଗିରଫ ଯୁବକଙ୍କ ଠାରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଜଣଙ୍କ ନାଲକୋନଗର କନିଆବେଡା ଗାଁର ଅମୂଲ୍ୟ ଦାସଙ୍କ ପୁଅ ଅବିନାଶ ଦାଶ ବୋଲି ଜଣାପଡ଼ିଛି । ଅବିନାଶ ଅନେକ ଦିନ ହେଲା ବ୍ରାଉନସୁଗାର କାରବାର କରୁଥିବା ବେଳେ ନଜର ରଖିଥିଲା ଅବକାରୀ ବିଭାଗ ।

ଆଜି ତାଳଚେର ଡେରା ଛକଠାରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ଅବିନାଶକୁ କାବୁ କରିଥିଲା । ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ । ବ୍ରାଉନସୁଗାର ସହ ଏକ ବାଇକ୍ ଜବତ କରାଯାଇଛି ।

Leave A Reply

Your email address will not be published.