Latest Odisha News

BREAKING NEWS

ଅତ୍ୟଧିକ ମସଲା ଜନିତ ଖାଦ୍ୟ ଶରୀରକୁ ମଧ୍ୟ ଦେଇଥାଏ ଫାଇଦା, କିନ୍ତୁ ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ଵର: ସାଧାରଣତଃ ଆମକୁ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ମନା କରିଥାଆନ୍ତି । କାରଣ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଆମ ଶରୀରକୁ ହାନୀ ପହଞ୍ଚାଇଥାଏ । ସେଥିପାଇଁ ଆମେ ପ୍ରାୟତଃ ଆମର ସ୍ଵାସ୍ଥ୍ୟ କଥା ଭାବି ମସଲା ଯୁକ୍ତ ଖାଦ୍ୟ ଖାଇନଥାଉ । ତେବେ କଣ ଆପଣ ଜାଣିଛନ୍ତି କି ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରକୁ କିଛି ମାତ୍ରାରେ ଫାଇଦା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମସଲାଯୁକ୍ତ ଖାଦ୍ୟର ଫାଇଦା ବିଷୟରେ…

ମସଲାଯୁକ୍ତ ଖାଦ୍ୟରେ ମାଇକ୍ରୋବାୟଲ୍ ଉପାଦାନ ଥାଏ | ଯାହା ଶରୀରକୁ ଜୀବାଣୁ ଏବଂ ସଂକ୍ରମଣ ଠାରୁ ଦୂରରେ ରଖିଥାଏ | ରସୁଣ, ଗୁଜୁରାତି, ଜିରା, ଅଦା, ଲବଙ୍ଗ ଖାଇବା ଦ୍ୱାରା ଚର୍ମ ଉଜ୍ଜ୍ୱଳ ଦେଖାଯାଏ | ତ୍ଵଚା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ । ଲଙ୍କା ଖାଇବା ଦ୍ୱାରା ମାନସିକ ଚାପ କମିଯାଏ | ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଏଣ୍ଡୋରଫିନ୍ ଏବଂ ଡୋପାମାଇନ୍ ସ୍ତର ବଢିଥାଏ ।

ଲାଲ୍ ଲଙ୍କା ଖାଇବା ଦ୍ଵାରା ମାନସିକ ଚାପ ହ୍ରାସ ହୋଇଥାଏ | ଲାଲ୍ ଲଙ୍କାରେ ଭିଟାମିନ୍ ସି, ଭିଟାମିନ୍ ବି, ପ୍ରୋ-ଏ-ଭିଟାମିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ | ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ଏହା ସାହାର୍ଯ୍ୟ କରେ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।

 

Leave A Reply

Your email address will not be published.