Latest Odisha News

BREAKING NEWS

ମିଳିତ ଯୁଦ୍ଧାଭ୍ୟାସକୁ ଉତ୍ତର କୋରିଆର ଜବାବ: ଗୋଟିଏ ଦିନରେ ପରୀକ୍ଷଣ କଲା ଏକାଧିକ କ୍ଷେପଣାସ୍ତ୍ର

ନୁଆଦିଲ୍ଲୀ:  ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସାମରିକ ଡ୍ରିଲ୍ ଶେଷ ହୋଇଛି । ଏହାର ମାତ୍ର  ୨ ଦିନ ପରେ ଉତ୍ତର କୋରିଆ   ପକ୍ଷରୁ ସମୁଦ୍ର ଭିତରେ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି  । ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ପଶ୍ଚିମ ଉପକୂଳରେ ପରୀକ୍ଷା କରାଯାଇଥିବା ଦକ୍ଷିଣ କୋରିଆର ସାମରିକ ବାହିନୀ ଠାବ କରିଛି ।

ଆମେରିକା ଏବଂ ଦକ୍ଷିଣ କୋରିଆର ଏହି  ୧୧  ଦିନିଆ ସାମରିକ ତାଲିମକୁ  ଉତ୍ତର କୋରିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ବୋଲି କହୁଥିବାବେଳେ ୱାଶିଂଟନ ଏବଂ ସିଓଲ ପକ୍ଷରୁ ଏହା ଆତ୍ମସୁରକ୍ଷା ପାଇଁ ପ୍ରସ୍ତୁତି ବୋଲି କୁହାଯାଇଛି । ଯାହ ବି ହେଉ,  ଏହି ଯୁଦ୍ଧାଭ୍ୟାସ ପରେ ଉତ୍ତର କୋରିଆ ଏହି ଦୁଇ ଦେଶକୁ ନିଜର ସାମରିକ ଶକ୍ତି ଦେଖାଇଛି । ଗୋଟିଏ ଦିନରେ ଏକାଧିକ କ୍ରୁଜ ମିଶାଇଲ ପରୀକ୍ଷଣ କରିଛି  ।  ଆମେରିକା-ଦକ୍ଷିଣ କୋରିଆର ସାମରିକ ଡ୍ରିଲ୍ ଜବାବରେ, ଉତ୍ତର କୋରିଆ ତା’ର ଅସ୍ତ୍ରଶସ୍ତ୍ର ପରୀକ୍ଷା କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି ।

ସୂଚନାଥାଉ କି,   ଉତ୍ତର କୋରିଆ ଆଜି ସକାଳୁ ସକାଳୁ  ପଶ୍ଚିମ ଉପକୂଳରେ ଥିବା  ୟେଲୋ ସିରେ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କରିଛି । ସେତିକି ନୁହେଁ,ଆମେରିକା ଓ ଦକ୍ଷିଣ କୋରିଆ ଯୁଦ୍ଧାଭ୍ୟାସ ଶେଷ ହେବାର ଦିନକ ପୂର୍ବରୁ  ମଧ୍ୟ ଉତ୍ତର କୋରିଆ ଦୁଇଟି ସର୍ଟ ରେଞ୍ଜ କ୍ଷେପଣାସ୍ତ୍ର ସମୁଦ୍ରରେ ପରୀକ୍ଷଣ କରିଥିଲା ।  ଏ ନେଇ ଉତ୍ତରକୋରିଆ ମିଡିଆ ପକ୍ଷରୁ କୁହାଯାଇଥିଲା, କିମ ଜୋନ ମିଜାଇଲ ଲଞ୍ଚକୁ ନୀରିକ୍ଷଣ କରୁଛନ୍ତି । ଉତ୍ତର କୋରିଆର ମିଲିଟାରୀ ସ୍ପାଇ ସାଟେଲାଇଟ ପଠାଇବାର ୨ୟ ପରୀକ୍ଷା ବିଫଳ ହୋଇଛି । ଅକ୍ଟୋବରରେ ଏହାର ତୃତୀୟ ପ୍ରୟାସ ଆରମ୍ଭ ହେବ  ।

 

 

Leave A Reply

Your email address will not be published.