Latest Odisha News

BREAKING NEWS

ଅଭିନେତ୍ରୀ ରାକୁଲ ପ୍ରୀତ୍‌ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ଏବେ ପୁଣି ଜଣେ କଳାକାର କରୋନା କବଳରେ। ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ରାକୁଲ ହାଇଦ୍ରାବାଦରେ ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମେ ଡେ’ ପାଇଁ ସୁଟିଂ କରୁଥିଲେ। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାକୁଲ କହିଛନ୍ତି ସେ ସଙ୍ଗରୋଧରେ ରହିଛନ୍ତି। ଏହାଛଡ଼ା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଡାକ୍ତରଙ୍କ ପରାର୍ମଶ କରିବା ସହ କରୋନା ପରୀକ୍ଷା କରାଇ ନେବାକୁ ନିବେଦନ କରିଛନ୍ତି।

ରାକୁଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯ‌େ ମୁଁ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ମୁଁ ସଙ୍ଗରୋଧରେ ରହିଛି। ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଏବଂ ବିଶ୍ରାମ ନେଉଛି ଯାହା ଫଳରେ ମୁଁ ଶୀଘ୍ର ସୁଟିଂ ଫେରିପାରିବି। ମୁଁ ସାକ୍ଷାତ କରିଥିବା ସମସ୍ତ ଲୋକଙ୍କୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରୁଛି।”

Leave A Reply

Your email address will not be published.