Latest Odisha News

ମୁହଁରେ ବ୍ରଣ ହେଉଛି କି ? ଜାଣନ୍ତୁ ବିଶେଷଜ୍ଞଙ୍କଠାରୁ ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ। ଏହା ଏକ ସାଧାରଣ ଚର୍ମ ରୋଗ। ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ବରଂ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ମୁହଁରେ ମଧ୍ୟ ବ୍ରଣ ଦେଖିବାକୁ ମିଳୁଛି। ବିଶେଷକରି ଯୁବପିଢି ମୁହଁରେ ବ୍ରଣ ସସମ୍ୟାକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ତେବେ ଏବେ ଆଉ ଚିନ୍ତାର କାରଣ ନାହିଁ। କାରଣ ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞ ଦେଇଛନ୍ତି କିଛି ଟିପ୍ସ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବ୍ୟୁଟିଫୁଲୟୁଟିପ୍ସ ନାମକ ଏକ ଆକାଉଣ୍ଟ ରହିଛି ଯେଉଁଥିରେ ବ୍ୟୁଟି ଏକ୍ସପର୍ଟ ସୌନ୍ଦର୍ଯ୍ୟ ପାଇଁ ସୁନ୍ଦର ଟିପ୍ସ ଦିଅନ୍ତି। ଏହି ପେଜକୁ ୧ ମିଲିୟନରୁ ଅଧିକ ଲୋକେ ଫଲୋ କରିଛନ୍ତି। ତେବେ ବ୍ରଣ ପାଇଁ ମଧ୍ୟ ଏକ ସାଧାରଣ ଉପାୟ ସେୟାର କରିଛନ୍ତି। ଏହି ଭିଡିଓରେ ବ୍ରଣ ପାଇଁ ଏକ ଘରୋଇ ଉପଚାର କୁହାଯାଇଛି। ଆପଣ ମଧ୍ୟ ନିଜ ତ୍ୱଚା ପାଇଁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରିପାରିବେ।

ପିମ୍ପଲ୍ ହଟାଇବା ପାଇଁ ଏକ ଆୟୁର୍ବେଦିକ ଜଳ ପ୍ରସ୍ତୁତ କରାଯାଇଛି। ପ୍ରଥମେ ଆପଣଙ୍କୁ ଆଳୁ ଚୋପା, ଲେମ୍ବୁ ଚୋପା ଏବଂ କମଳା ଚୋପା ନେଇ ଏକ ପାତ୍ରରେ ପୁଦିନା ପତ୍ର ରଖି ଖରାରେ ଭଲଭାବେ ଶୁଖାଇ ପାଇଁ ଛାଡିଦେବେ। ଚୋପା ଶୁଖିବା ପରେ ଭଲ ଭାବେ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରିବେ। ବର୍ତ୍ତମାନ ଏହି ଚୋପାକୁ ଏକ ସୂତା କପଡ଼ାରେ ଭର୍ତ୍ତି କରି ଏକ ବଣ୍ଡଲ୍ ତିଆରି କରନ୍ତୁ। ଏହି ପାତ୍ରକୁ ଗରମ ପାଣି କରି ସେହି ପାତ୍ରରେ ଏହି କପଡା ବଣ୍ଡଲକୁ ବୁ଼ଡାଇ ରଖନ୍ତୁ। ଆପଣଙ୍କ ଔଷଧୀୟ ପାଣି ପ୍ରସ୍ତୁତ। ଏହାକୁ ଥଣ୍ଡା କରିବାକୁ କିଛି ସମୟ ପାଇଁ ରଖିଦିଅନ୍ତୁ।

ମୁହଁରେ ପାଣି ଲଗାଇବା ପୂର୍ବରୁ ଚେହେରାକୁ କ୍ଲିନଜର ସାହାଯ୍ୟରେ ପ୍ରଥମେ ସଫା କରନ୍ତୁ। ଏଥିପାଇଁ ଆପଣ ବେସନରେ ମହୁ ମିଶାଇ ମୁହଁ ଧୋଇ ପାରିବେ। ଏହି ମିଶ୍ରଣ ତ୍ୱଚାରେ ପ୍ରାକୃତିକ କ୍ଲିଜର୍ ଭଳି କାମ କରିବ। ମୁହଁ ଧୋଇବା ପରେ, ବର୍ତ୍ତମାନ ପିମ୍ପଲ୍ ରିମୁଭିଙ୍ଗ୍ ୱାଟର ପ୍ରୟୋଗ କରନ୍ତୁ। ଏହି ଜଳକୁ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଚୋପା ହୋଇଥିବା ବଣ୍ଡଲକୁ ଆପଣ ୪ ଥର ବ୍ୟବହାର କରିପାରିବେ। ଦିନକୁ ୨ ରୁ ୩ ଥର ଏହି ପାଣିରେ ମୁହଁ ଧୋଇଦିଅନ୍ତୁ ଏବଂ ଆପଣ ଦେଖିବେ ୩ ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ବ୍ରଣ ଗାଏବ ହୋଇଯିବ।

ଏହି ପାଣିରେ ମୁହଁ ଧୋଇବା ଦ୍ୱାରା କେବଳ ବ୍ରଣ ଦୂର ହୁଏ ତାହା ନୁହେଁ ବରଂ ଅନ୍ୟାନ୍ୟ ଚର୍ମ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହି ପାଣି ତ୍ୱଚାର ମଳିନାତାକୁ ଦୂର କରେ। ଏହାସହ ଡାର୍କ ସର୍କଲ ଏବଂ ବ୍ରଣକୁ ଦୂର କରିଥାଏ। ଏହା ବ୍ୟତୀତ ଏହା ଚେହେରାର ଉଜ୍ୱଳ ବଢାଇବା ଏବଂ ମଶ୍ଚରାଇଜ୍ କରିବା ପାଇଁ ମଧ୍ୟ କାମ କରେ।

Leave A Reply

Your email address will not be published.