Latest Odisha News

BREAKING NEWS

କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ ସଲ୍‌ମାନ

ମୁମ୍ବାଇ: ଫିଲ୍ମ ଶେର୍‌ଶାହାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି। କିନ୍ତୁ ସଲମାନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ସିଦ୍ଧାର୍ଥଙ୍କ ପରିବର୍ତ୍ତେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ। ଏ ନେଇ ଶେର୍‌ଶାହା ନିର୍ମାତା ଶବବୀର ବକ୍ସୱାଲା ପ୍ରକାଶ କରିଛନ୍ତି ଯେ ସଲ୍‌ମାନ କ୍ୟାପ୍‌ଟେନ ବିକ୍ରମ ବାତ୍ରାଙ୍କ ଚରିତ୍ର ପାଇଁ ଆୟୁଷଙ୍କ ନାଁ ପ୍ରସ୍ତାବ ରଖିଥିଲେ।

ନିକଟରେ ଏକ ସାକ୍ଷାତକାରରେ ଶବବୀର ବକ୍ସୱାଲା ଏହା ପ୍ରକାଶ କରିଛନ୍ତି। ତେବେ ନିର୍ମାତା କହିଛନ୍ତି ଯେ ଏହାପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ କ୍ୟାପ୍ଟେନଙ୍କ ଚରିତ୍ର ପାଇଁ ଚୁକ୍ତି କରିସାରିଥିଲେ।

ସେ କହିଛନ୍ତି, “ଯେତେବେଳେ ମୁଁ ଜଙ୍ଗଲି ପିକ୍ଚର୍ସ ସହିତ କଥାବାର୍ତ୍ତା କରୁଥିଲି ସେତେବେଳେ ସଲମାନ ମୋ ପାଖକୁ ଆସିଥିଲେ। ସେ ଚାହୁଁଥିଲେ ଯେ ଶେରଶାହାରେ ଆୟୁଷ ଅଭିନୟ କରନ୍ତୁ। ଏଥିରେ ମୋ ସହ ଭାଗିଦାରୀ କରିବାକୁ ଚାହୁଁଛନ୍ତି।”

Comments are closed.