Latest Odisha News

BREAKING NEWS

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନକୁ କିଭଳି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ସେନେଇ ସର୍ବଦଳୀୟ ବୈଠକ ବି ଅନୁଷ୍ଠିତ ହୋଇଛି । ଆଉ ଏବେ ପୌର ନିର୍ବାଚନ ଆଉ ଏକ ନିଷ୍ପତ୍ତି ନିଆଯାଇଛି । ଏଥର ପୌର ନିର୍ବାଚନରେ ବିକଳ୍ପ ଭାବେ ରହିବ ନୋଟା । ଏନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ସମ୍ବିଧାନର ଧାରା ୨୪୩-ZAରେ ଦିଆଯାଇଥିବା କ୍ଷମତାର ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟାର ବ୍ୟବହାର କରାଯିବ । ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ନୋଟାର ବ୍ୟବହାର କରାଯାଉଥିଲା । ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍‌ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା । ଏହା ସହିତ ଏଥର ପୌର ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀଙ୍କୁ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ ।

Comments are closed, but trackbacks and pingbacks are open.