Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲା: ବୈଦୁତିକ ଗଣମାଧ୍ୟମ ଏମ୍‌ଡିଙ୍କୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମରେ ରାଜ୍ୟ ଶିିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସଂପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ଏହି ନୋଟିସ୍ ହୋଇଛି । ୪୮ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସକୁ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏହି ୪୮ ଘଣ୍ଟା ମଧ୍ୟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ନ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆୟୋଗ । ଏଥି ସହ ଭୁବନେଶ୍ୱର ଡିସିପି ଏକ ଆକ୍ସନ ଟେକେନ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି ।

ଭୁବନେଶ୍ୱରର ୧୩ ବର୍ଷୀୟ ନାବାଳିକାକୁ ଲକଡାଉନ ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏଥିରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଜଣେ ସୁରକ୍ଷା କର୍ମଚାରୀଙ୍କ ସମେତ ତିନି ଜଣ ଓ ଅନ୍ୟ ତିନି ପୋଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ନାବାଳିକାଙ୍କ ମାଆ ତାଙ୍କୁ ନେଇ ନିଜ ଗାଁ କେନ୍ଦ୍ରାପଡାକୁ ପଳାଇଥିଲେ । ସେଠାରେ ସେ ଥାନାରେ ମାମଲା ରୁଜୁ କରିଥିଲେ ।

Leave A Reply

Your email address will not be published.