Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଅଗ୍ନିଶମ ଅଧିକାରୀ

ବରଗଡ: ବରଗଡ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଭେଦନ ଥାନା ଅନ୍ତର୍ଗତ କଦଳୀପାଲ୍ଲୀ ଗ୍ରାମର ହୃଷିକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଯୋଗାଇ ଦେବା ପ୍ରତିବଦଳରେ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିବା ସହ ଟଙ୍କା ଜବତ କରିଥିଲେ ।

ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବା ସମୟରେ ଧରିଥିବା ବେଳେ ତାଙ୍କର ସରକାରୀ ବାସଭବନରେ ମଧ୍ୟ ଛାନଭିନ୍ନ ଆରମ୍ଭ କରିଛି ।

Leave A Reply

Your email address will not be published.