Latest Odisha News

BREAKING NEWS

ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡ଼ାଇବା ଘଟଣା, ସୁଟିଂ ହେଉଛି ଭାବି ଦେଖଣାହାରୀ ସାଜିଥିଲେ କନେଷ୍ଟବଲ

କଟକ: ଧାର ଟଙ୍କା ଆଦାୟ କରିବାକୁ ଯାଇ ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡାଇବା ଘଟଣାରେ ତିନି ପୁଲିସ କର୍ମଚାରୀଙ୍କୁ ନୋଟିସ୍ ହୋଇଛି। ଟ୍ରାଫିକ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଏମାନେ କଣ କରୁଥିଲେ ବୋଲି ଉତ୍ତର ମଗାଯାଇଥିବା ସୂଚନା ରହିଛି। କଟକର ଏହି ଅମାନବୀୟ କାଣ୍ଡକୁ ନେଇ ଏବେ ପୋଲିସର ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନ ଉଠିଛି। ମାଳ ମାଳ ସିସିଟିଭି, ପୋଲିସ ପାଟ୍ରୋଲିଂ ଗାଡି ଥିବା ବେଳେ କିଭଳି ଏହି ଘଟଣା ଘଟୁଥିବା ବେଳେ ପୋଲିସ ଜାଣିପାରିଲାନି ସେ ନେଇ ପ୍ରଶ୍ନ ଉଠିଛି।

କନିକା ଛକରୁ ସୂତାହାଟ ଦେଇ ସେକ୍ ହୁସେନ୍(୨୪) ଓ ସହଯୋଗୀ ସେକ୍ ଛୋଟୁ(୧୮) ଜଗନ୍ନାଥ ବେହେରାଙ୍କୁ ସ୍କୁଟି ପଛରେ ବାନ୍ଧି ଦୌଡାଇଥିଲେ। ପୁଲିସ ପୀଡିତଙ୍କ ଏତଲା ଆଧାରରେ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏହି ଘଟଣା ଯେତେବେଳେ ଘଟୁଥିଲା ସେତେବେଳେ ଟ୍ରାଫିକ ପୁଲିସ ଏବଂ ପୋଲିସ କଣ କରୁଥିଲା ବୋଲି ପ୍ରଶ୍ନ ଉଠିଛି।

ଚଣ୍ଡୀଛକ ଟ୍ରାଫିକ୍‌ ପୋଷ୍ଟରେ ସେହି ସମୟରେ ଦୁଇ ଜଣ ମହିଳା ଟ୍ରାଫିକ୍‌ କର୍ମଚାରୀ କାର୍ଯ୍ୟରତ ଥିଲେ। ଯଦି ଏମାନେ ସେଠାରେ ଉପସ୍ଥିତ ଥିଲେ ତାହେଲେ ଏହି ଅମାନବୀୟ କାଣ୍ଡ ଘଟଣା କିପରି ନଜରକୁ ଆସିଲାଣି। ଡିସିପି ପିନାକ ମିଶ୍ର କହିଛନ୍ତି, ଏହି ମାମଲାରେ ଜଣେ ଏସପି ପାହ୍ୟାର ଅଧିକାରୀ ତଦନ୍ତ କରୁଛନ୍ତି। ସମସ୍ତ ସିସିଟିଭି ଫୁଟେଜକୁ ମଗାଯାଇ ଭୁଲ କେଉଁଠି ରହିଲା ତଦନ୍ତ କରାଯାଉଛି। ଏଥିସହ ତିନି କନେଷ୍ଟବଲଙ୍କୁ ନୋଟିସ ହୋଇଛି। ସପ୍ତାହକ ମଧ୍ୟରେ ସେମାନେ ଏହି ଘଟଣାରେ ମଗାଯାଇଥିବା ପ୍ରଶ୍ନର ଉତ୍ତର ରଖିବେ।

ଏବେ ପୋଲିସର ନୋଟିସ ପାଇଥିବା ମହିଳା ଟ୍ରାଫିକ କନଷ୍ଟେବଲ କହିଛନ୍ତି, ସ୍କୁଟି ପଛରେ ଯୁବକଙ୍କୁ ବାନ୍ଧି ଦୌଡାଇବା ଘଟଣା ଦେଖିଛି। ହେଲେ ସେମାନେ ରିଲ୍ସ ସୁଟ୍ କରୁଥିବେ ଭାବି ଚୁପ୍ ରିହିଲି। ଯଦି ସେହି ବ୍ୟକ୍ତି ସାହାଯ୍ୟ ପାଇଁ ନିବେଦନ କରିଥାନ୍ତା କିମ୍ବା ନିର୍ଯାତନା ଦିଆଯାଉଥିବା ନେଇ କହିଥାନ୍ତା ତା’ହେଲେ ଏହି ଘଟଣା ଏତେବାଟ ଆଗେଇ ନଥାନ୍ତା।

ସବୁଠୁ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ସେହି ରାସ୍ତା ଦେଇ ଯାଉଥିବା ମଣିଷ। ଯେଉଁମାନେ କି ଏପରି ଘଟଣା ଦେଖିବା ମାତ୍ରେ ଜରୁରୀକାଳୀନ ନମ୍ବର ୧୧୨କୁ କେହି ଫୋନ୍ କରି କହିପାରିଥାନ୍ତେ।

Leave A Reply

Your email address will not be published.