Latest Odisha News

BREAKING NEWS

ଧନୁଯାତ୍ରା ପାଇଁ ଭୋଟ ମାଧ୍ୟମରେ ହେବ ନୂତନ କଳାକାର ଚୟନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ୭୫ତମ ଧନୁଯାତ୍ରାରେ କଂସଠୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ଭୂମିକାର କଳାକାରଙ୍କର ନୂତନ ଭାବେ ଚୟନ ନିମନ୍ତେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ ହେବ। ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ହେଲା ନିଷ୍ପତ୍ତି। ୭୫ତମ ଧନୁଯାତ୍ରା ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ।

ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ କଳାକାର ଚୟନକୁ ନେଇ ନିର୍ବାଚନ ପ୍ରକ୍ରିୟା କରାଯାଇଥିଲା। ତେବେ ନୂତନ କଳାକାର ଚୟନ ସପକ୍ଷରେ ଅଧିକ ଭୋଟ ପଡିବା ପରେ ନୂତନ କଳାକାର ଚୟନକୁ ନେଇ ନିଷ୍ପତି ନିଆଯାଇଛି। ମୁଖ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଆଗ୍ରହୀ କଳାକାରମାନେ ଆସନ୍ତା ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନିଜର ଆବେଦନ କରିପାରିବେ ବୋଲି ନିର୍ଦ୍ଧାରିତ ହୋଇଛି। ସେହିପରି ନଭେମ୍ବର ୧୦ ତାରିଖରେ କଳାକାର ଚୟନ ହେବ।

ତେବେ ଚଳିତ ବର୍ଷ ଧନୁଯାତ୍ରାର ଡାଇମଣ୍ଡ ଜୁବିଲି ବରଗଡ଼ ଧନୁଯାତ୍ରା ପାଳନ କରିବାକୁ ଯାଉଥିବା ବେଳେ ଏଥି ନିମିତ୍ତ ଏକ ସ୍ମାରକୀ ତୋରଣ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟିର ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ, ଗଣମାଧ୍ୟମ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.