Latest Odisha News

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ ।

ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା ଏକ ଛୁଆର କାନ୍ଦ ଶୁଣିଥିଲେ । ଆଉ ଦେଖିଲା ବେଳକୁ ଜଣା ପଡ଼ିଥିଲା ୧୧ ବର୍ଷର ରଞ୍ଜନ ପୋଲର ପିଲରରେ ଫସି ଯାଇଛି । ରଞ୍ଜନକୁ ଉଦ୍ଧାର କରିବା ଲାଗି ୨୦ ଘଣ୍ଟା ହେଲା ଜାରି ରହିଛି ଅପରେସନ୍ । ବିହାରର ରୋହତାସ ଜିଲ୍ଲାରେ ଏ ଅଘଟଣ ଘଟିଛି ।

ରଞ୍ଜନକୁ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ସହ ଜିଲ୍ଲା ପ୍ରଶାସନ ଲାଗିଛି । ବୁଧବାର ଅପରାହ୍ଣରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ପର୍ଯନ୍ତ ସଫଳତା ମିଳିନାହିଁ । ପିଲର ଫାଙ୍କରେ ଛୁଆଟି ଫସିଥିବାରୁ ଏନଡିଆରଏଫ୍ ଅକ୍ସିଜେନ୍ ଯୋଗାଇଛି । ଉପରୁ ପଟୁ ବ୍ରିଜରେ ଫାଟ ସୃଷ୍ଟି କରି ଉଦ୍ଧାରକାରୀ ଟିମ୍ ପହଞ୍ଚିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.