କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ ଦରଖାବଜାର ନିକଟରେ ପୋଲିସ ଶେଖ ବାବୁର ମୁହାଁମୁହିଁ ହୋଇଥିଲା । ପୋଲିସ କାବୁ କରିବାକୁ ଚେଷ୍ଟା କରିଥିଲା । ଏତିକିବେଳେ ପ୍ରଥମେ ଗୁଳି ଚଳାଇ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା ବାବୁ । ପୋଲିସ ପାଲଟା ଗୁଳି ଚଳାଇଥିଲା ।

ଶେଖ ବାବୁର ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦରଘା ବଜାର ଥାନା ଆଇଆଇସି ଓ ସ୍ପେଶାଲ ସ୍କ୍ୱାଡର ଜଣେ ହାବିଲଦାର ଆହତ ହୋଇଛନ୍ତି । ବାବୁ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ପୂର୍ବରୁ ମଧ୍ୟ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା ବାବୁ । ତା ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି ।
BREAKING NEWS
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
- ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…
Comments are closed.