Latest Odisha News

କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି ରହସ୍ୟ…

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ତେବେ ହୋଲି ପର୍ବ ପାଳନ ପଛରେ ଭିନ୍ନ ଭିନ୍ନ କାରଣ ରହିଛି । ସେଥିମଧ୍ୟରୁ କିଛି କାରଣ ପୁରାଣ ବର୍ଣ୍ଣିତ ହୋଇଥିବା ବେଳେ ଅନ୍ୟ କିଛି ଐତିହାସିକ କାରଣ ବୋଲି ମାନିଥାଆନ୍ତି । ତେବେ ଏହି ପର୍ବରେ କୌଣସି ଜାତିଗତ ଭେଦଭାବ କି ବଡ଼ ସାନ ଦେଖାଯାଇନଥାଏ  । ସମସ୍ତେ ମିଶି ଏହି ପର୍ବକୁ ଖୁବ୍‌ ଆନନ୍ଦର ସହ ପାଳନ କରିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ହୋଲି ପର୍ବ କାହିଁକି ପାଳନ କରାଯାଏ । ଏବଂ ଏହି ପାଳନ ପଛରେ କ’ଣ ରହିଛି ରହସ୍ୟ ।

ହୋଲି ପର୍ବ ପାଳନ କରିବାର ମାନ୍ୟତା ହେଉଛି ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦଙ୍କ ଦ୍ବାରା ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ। ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ , ଯାହାର ପୁତ୍ରଙ୍କ ନାମ ଥିଲା ପ୍ରହଲ୍ଲାଦ। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ରାକ୍ଷସ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କର ଘୋର ବିରୋଧୀ ଥିଲେ। ତାଙ୍କ ରାଜ୍ୟରେ କିଏ ବି ଭଗବାନ ବିଷ୍ଣୁଙ୍କ ପୂଜା କରୁ ସେ ଚାହୁଁନଥିଲେ। କିନ୍ତୁ ପ୍ରହଲ୍ଲାଦ ଦିନ-ରାତି ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ, ଯାହା ଫଳରେ ପିତା ହିରଣ୍ୟ କଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ବହୁବାର ପ୍ରୟାସ କରିଥିଲେ, ମାତ୍ର ବାରମ୍ବାର ଏହି ପ୍ରୟାସରେ ଅସଫଳ ହେଉଥିଲେ । ସେହି ସମୟରେ ହିରଣ୍ୟକଶ୍ୟପ ଭକ୍ତ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ନିଜ ଭଉଣୀ ହୋଲିକାଙ୍କୁ ତାଙ୍କ ପାଖକୁ ପଠାଇଥିଲେ।ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ  । ସେହିଦିନ ଠାରୁ ହୋଲି ପର୍ବ ପାଳନ କରାଯାଏ  ।

ଅନ୍ୟ ଏକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ପୁତନା ନାମକ ରାକ୍ଷସୀର ବଧ ହେବା ପରେ ବ୍ରଜବାସୀମାନେ ଖୁସିରେ ନିଜ ମଧ୍ୟରେ ରଙ୍ଗ ଖେଳିଥିଲେ।

କିଛି ଲୋକ କହିଥାଆନ୍ତି ଭଗବାନ ଶିବଙ୍କ ସହ ମଧ୍ୟ ହୋଲି ପରମ୍ପରା ଜଡ଼ିତ ରହିଛି । ଫଗୁଣ ମାସର ପୂର୍ଣ୍ଣିମା ଦିନ ଭଗବାନ ଶିବ ବାଇଗଣୀ ରଙ୍ଗ ଲଗାଇ ଗୀତ ଗାଇ ନୃତ୍ୟ କରିଥାନ୍ତି।

ତେବେ ଐତିହାସିକ କାରଣଟି ହେଉଛି, ମୋଗଲ ସମୟରେ ହୋଲି ପର୍ବକୁ ଇଦ୍-ଇ-ଗୁଲାବୀ କୁହାଯାଉଥିଲା । ମୋଗଲ ମାନଙ୍କ ସମୟରେ ମଧ୍ୟ ଭାରତରେ ହୋଲି ପର୍ବ ପାଳନ କରାଯାଉଥିଲା। ଇତିହାସରେ ବାଦଶାହା ଆକବର ଯୋଦ୍ଧାବାଇଙ୍କ ସହିତ ହୋଲି ଖେଳିବାର ଉଲ୍ଲେଖ ରହିଛି। ସେହି ସମୟରୁ ଲୋକମାନେ ପରସ୍ପରଙ୍କ ମଧ୍ୟରେ ରଙ୍ଗ ଫୋପାଡ଼ି ହୋଲି ପର୍ବ ପାଳନ କରିଥାନ୍ତି।

 

Leave A Reply

Your email address will not be published.