Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । କଟକ ଚାଉଳିଆଗଞ୍ଜରେ ରହିଛି ୩ ମହଲା କୋଠା । କଟକ ବାଲିସାହିରେ ଦୁଇ ମହଲା କୋଠା ରହିଛି ।

ସେହିପରି କଟକ ବାଲିସାହିରେ ନଟରାଜ ପ୍ୟାଲେସ୍ ନାଁରେ ରତ୍ନାକର ସେଠୀଙ୍କର ଏକ କଲ୍ୟାଣ ମଣ୍ଡପ ରହିଛି । ଚୌଦ୍ୱାର ଓରନ୍ଦାରେ ୩ ଏକର ଜମି ଠାବ ହୋଇଛି । ରତ୍ନାକର ସେଠୀ ୧କୋଟି ୧୩ ଲକ୍ଷ ଟଙ୍କାର ବୀମା ଜମା କରିଛନ୍ତି ।
ରେଡ୍ ବେଳେ ଘରୁ ୪୯୮ ଗ୍ରାମ୍ ସୁନା ଗହଣା ଓ ଅଢ଼େଇ କିଲୋ ରୁପା ଅଳଙ୍କାର ମିଳିଛି । ଚଢ଼ାଉରେ ଭିଜିଲାନ୍ସର ୬ ଡିଏସପି ଓ ୧୨ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ରତ୍ନାକର ସେଠୀ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ସେସବୁର ଆକଳନ ପରେ ସ୍ପଷ୍ଟ ହେବ ।

Comments are closed.