Latest Odisha News

BREAKING NEWS

ମାଓବାଦୀ ନାଁରେ ସଶସ୍ତ୍ର ଡକାୟତି, ୬ ଆନ୍ତଃରାଜ୍ୟ ଡକାୟତ ଗିରଫ

ନୂଆପଡ଼ା: ମାଓବାଦୀ ନାଁରେ ଡକାୟତି କରୁଥିବା ୬ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ନୂଆପଡ଼ା ପୋଲିସ । ଗିରଫଙ୍କ ମଧ୍ୟରେ ୫ ଜଣ ଛତିଶଗଡ଼ର ହୋଇଥିବା ବେଳେ ଅନ୍ୟ ଜଣେ ଖରିଆରରୋଡ୍ ଜୋଙ୍କ ଥାନା ବଜାରପଡ଼ାର ସୁନୀଲ ଚନ୍ଦ୍ରକାର ।

ଅନ୍ୟ ୫ ଜଣ ହେଲେ ମହାସମୁନ୍ଦ ଜିଲ୍ଲା ଖଲାରୀ ଥାନା ଅଞ୍ଚଳର ମୁକେଶ ୟାଦବ, ଓମ ପ୍ରକାଶ ବରିହା, ମହାବୀର ଯାଦବ, ରାୟପୁର ଜିଲ୍ଲା ଉର୍ଲା ଥାନା ଅଞ୍ଚଳର ଦୀପକ ରାଏ ଓ ଖମତରାଇ ଥାନା ଅଞ୍ଚଳର ବଜରଙ୍ଗୀ ସିଂ । ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍, ଗୋଟିଏ ମୋବାଇଲ ଓ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ୩୦ ତାରିଖ ରାତି ପ୍ରାୟ ୩ଟା ସମୟରେ ୫ରୁ ୬ ଜଣ ଡକାୟତ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଆମାନାରା ଗାଁର ମୋତିନବାଇ ସାହୁଙ୍କ ଗେଟ୍ ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଲାଲ ସଲାମ୍ ନାରା ଦେଇ ମାଓବାଦୀ ପରିଚୟ ଦେଇଥିଲେ ଡକାୟତ ଦଳ । ଅସ୍ତ୍ରଶସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରି ୨ ବସ୍ତା ଚାଉଳ ଓ ଏକ ଟିଣ ତେଲ ଡବା ମାଗିଥିଲେ । ଠିକ ଏହି ସମୟରେ ମୋତିନବାଇଙ୍କ ପୁଅ ଆସିବାରୁ ଡକାୟତ ମାନେ ବାଇକ୍ ଓ ଏକ ମୋବାଇଲ ଛାଡି ଫେରାର୍ ହୋଇ ଯାଇଥିଲେ ।

ପରଦିନ ସକାଳେ ମୋତିନବାଇ ଧରମବନ୍ଧା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଏସପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍ ଗଠନ କରି ଛତିଶଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଡକାୟତ ଗ୍ୟାଙ୍ଗର ଜଣେ ଫେରାର ଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ଛତିଶଗଡ଼ର ବିଭିନ୍ନ ଥାନରେ ଅନେକ ଡକାୟତ ମାମଲା ରହିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବାଇକ୍ ପାଞ୍ଚଟି ମୋବାଇଲ ଓ ଲୁହା କଟର ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି ।

Leave A Reply

Your email address will not be published.