Latest Odisha News

BREAKING NEWS

ଟ୍ରେନ ସେବା ପ୍ରଭାବିତ, କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାକୁ ନିୟମିତ ଟ୍ରେନ୍ ସେବା ବ୍ୟାହତ ହୋଇଛି। ଏହାପରେ ଲୋକମାନଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ସେପଟେ ଏହାର ଫାଇଦା ନେଇ ଅନେକ ବସରେ ଭଡା ମନ ଇଚ୍ଛା ନିଆଯାଉଥିବା ସୂଚନା ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକରୁ ଏହି ବସ ସେବା ଯୋଗାଇ ଦିଆଯିବ ବୋଲି ଏକ ପ୍ରେସ ରିଲିଜ ଜରିଆରେ ସରକାରଙ୍କ ତରଫରୁ କୁହାଯାଇଛି।

ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ବସ୍ ସେବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ। ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏସବୁ ବ୍ୟବସ୍ଥା ବଳବତ୍ତର ରହିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶାର ଉପରୋକ୍ତ ତିନୋଟି ସହରରୁ କୋଲକାତାକୁ ପ୍ରାୟ 50ଟି ଘରୋଇ ବସ୍ ସେବା ଯୋଗାଇ ଆସୁଛି। ଏହାବ୍ୟତୀତ ମର ଶରୀର ଗୁଡିକ ଚିହ୍ନଟ ପାଇଁ ମୃତକଙ୍କ ପରିବାର ଲୋକଙ୍କ ଯିବା ଆସିବା ପାଇଁ କିଛି ନିର୍ଦ୍ଦିଷ୍ଟ ଷ୍ଟେସନ ଯାଏ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି।

Leave A Reply

Your email address will not be published.