Latest Odisha News

BREAKING NEWS

ଟ୍ରକ୍‌-କଣ୍ଟେନର ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ରବିବାର ଏକ କଣ୍ଟେନର ସହ ଗୋଟିଏ ବାଲି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ବାଲି ବୋଝେଇ ଟ୍ରକଟି ସୋର ଅଭିମୁଖେ ଯାଉଥିବା ବେଳେ ସେହି ଛକ ନିକଟରେ ଅନ୍ୟଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅପରପକ୍ଷରେ କଣ୍ଟେନରଟି ବାଲେଶ୍ୱର ଅଭିମୁଖେ ଯାଉଥିବା ନେଇ ଜଣାପଡିଛି ।

ଏହି ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଗାଡିର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.