Latest Odisha News

BREAKING NEWS

ଭୂସ୍ଖଳନରେ ଫସି ରହିଥିବା ଅଭିନେତ୍ରୀ ହେଲେ ଉଦ୍ଧାର

ମୁମ୍ବାଇ: ଉତ୍ତରାଖଣ୍ଡରେ ଭୂସ୍ଖଳନରେ ଫସି ରହିଥିବା ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଳଙ୍କାରଙ୍କୁ ଉଦ୍ଧାର କରାଯାଇଛି । ନୂପୁର କେଦାରନାଥ ଦର୍ଶନ କରିବାକୁ ଉତ୍ତରାଖଣ୍ଡ ଯାଇଥିଲେ । କେଦାରନାଥରୁ ଫେରୁଥିବା ବେଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା । ଯେଉଁଥିପାଇଁ ରାସ୍ତାରେ ଗାଡ଼ି ଅଟକି ରହିଥିଲା । ଦୀର୍ଘ ସମୟ ଧରି ଗାଡ଼ିରେ ଫସି ରହିବା ପରେ ହେଲିକପ୍ଟର ଯୋଗେ ନୂପୁର ଓ ଅନ୍ୟ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

BjdElectrycity

ଅଭିନେତ୍ରୀ ନୂପୁର ୨୭ ବର୍ଷର ଅଭିନୟ କ୍ୟାରିୟର ଛାଡି ସନ୍ୟାସୀ ନେଇଥିଲେ । ନିକଟରେ ସେ କେଦାରନାଥ ଦର୍ଶନ ପାଇଁ ଉତ୍ତରାଖଣ୍ଡ ଯାଇଥିଲେ । ଏହାର ଫଟୋ ଓ ଭିଡିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।

ନୂପୁର ଶକ୍ତିମାନ, ଅଗଲେ ଜନମ ମୋହେ ବେଟିୟା ହୀ କୀଜୋ,‘ସ୍ୱରାଗିନୀ’, ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ହେଲେ ଅଭିନୟ ଦୁନିଆ ଛାଡି ସଂସାର ତ୍ୟାଗ କରି ସନ୍ନ୍ୟାସୀ ନେଇଥିଲେ । ନୂପୁର କହିଛନ୍ତି ଯେ, ସାଂସାରିକ ଜୀବନ ଛାଡି ସନ୍ନ୍ୟାସୀ ହେବା ଛୋଟ କଥା ନୁହେଁ । ଏହି ମୋହ ମାୟାର ସଂସାର ଛାଡି ସମ୍ପୂର୍ଣ୍ଣ ରୂପେ ଆଧ୍ୟାତ୍ମିକତାରେ ନିଜକୁ ସମର୍ପଣ କରିବା ଉଚିତ ।

Leave A Reply

Your email address will not be published.