Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସମୁଦ୍ର ଭିତରେ ଜିନିଷ ଉଠାଇ ଫିଙ୍ଗୁଛି ଅକ୍ଟୋପସ୍

ନୂଆଦିଲ୍ଲୀ: କୋମଳ ଶରୀର ଭଳି ତାର ସ୍ୱଭାବ । ଏକୁଟିଆ ରହିବାକୁ ସେ ବେଶ୍ ପସନ୍ଦ କରେ । ଆମେ କହୁଛୁ ସାମୁଦ୍ରିକ ଜୀବ ଅକ୍ଟୋପସ୍ କଥା । ଅକ୍ଟୋପସର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । କିନ୍ତୁ ଅଷ୍ଟ୍ରେଲିଆର ଜର୍ବିସରେ ଗ୍ଲୁମି ଅକ୍ଟୋପସ୍ କୁହାଯାଉଥିବା ଅକ୍ଟୋପସ୍ ଟେଟ୍ରିକସର ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅକ୍ଟୋପସଙ୍କ ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ଦଳ ପାଣି ଭିତରେ ଅକ୍ଟୋପସର ଏକ ଭିଡିଓ ସୁଟ୍ କରିଛନ୍ତି । ଯେଉଁଥିରୁ ଜଣାପଡ଼ିବ ଅକ୍ଟୋପସ୍ କିଭଳି ଏବଂ ଅନ୍ୟମାନଙ୍କ ସହ କେମିତି ବ୍ୟବହାର କରନ୍ତି । ପାଣି ଭିତରେ ବୈଜ୍ଞାନିକ ୨୦ ଘଣ୍ଟାରୁ ଅଧିକ ଭିଡିଓ ଉତ୍ତୋଳନ କରିଛନ୍ତି । ଆଉ ଏହି ଅଧ୍ୟୟନ ନେଚର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

ଯେଉଁଥିରେ, ଅକ୍ଟୋପସର ବ୍ୟବହାର ବଡ଼ ବିଚିତ୍ର ଥିବା ଉଲ୍ଲେଖ କରାଯାଇଛି । ଅକ୍ଟୋପସ୍ ତାର ୮ଟି ହାତ ସାହାଯ୍ୟରେ ସମୁଦ୍ରରେ ମିଳୁଥିବା ସାମଗ୍ରୀକୁ ଏକାଠି କରି ଦୂରକୁ ଫିଙ୍ଗି ଦେଉଥିବା କହିଛନ୍ତି ବୈଜ୍ଞାନିକ । ନିଜ ସାଇଫନ୍ ସାହାଯ୍ୟରେ ପାଣି ସହ ଅକ୍ଟୋପସ୍ ଏଭଳି ଦୂରକୁ ସାମଗ୍ରୀ ଫିଙ୍ଗୁଛି ।

ବେଳେ ବେଳେ ଲାଗୁଛି ଅକ୍ଟୋପସ୍ ଅଳିଆ ଅଥବା ବଳି ଯାଇଥିବା ଖାଦ୍ୟକୁ ଫୋପାଡ଼ୁଛି । ଆଉ ବେଳେ ବେଳେ ଲାଗୁଛି ଅକ୍ଟୋପସ୍ ଅନ୍ୟ ଜଣଙ୍କୁ କିଛି ଫିଙ୍ଗୁଛି । ବୈଜ୍ଞାନିକ ଆହୁରି କହିଛନ୍ତି, ଅକ୍ଟୋପସ୍ ଜାଣିଶୁଣି ଅନ୍ୟ ଉପରକୁ ଏଭଳି ସାମଗ୍ରୀ ଫିଙ୍ଗୁଛନ୍ତି ।

Leave A Reply

Your email address will not be published.