Latest Odisha News

BREAKING NEWS

ପ୍ରେମ ପାଇଁ ପତ୍ନୀ ନେଇଗଲା ୫୭ ଜୀବନ, ବଦଳାଇ ଦେଲା ସରକାରୀ ନିୟମ

କୁଏତ :ଧୁମଧାମରେ ଚାଲିଥାଏ ବାହାଘର । ବର କନ୍ୟା ସଜେଇ ହୋଇ ବସିଛନ୍ତି । ସମସ୍ତେ ଭୋଜି ଖାଉଥାନ୍ତି ଓ ମଜା କରୁଥାନ୍ତି । ଏହି ସମୟରେ ଜଣେ ଆସିଲେ ଯିଏକି ଏହି ବାହାଘରରେ ଜମା ବି ଖୁସି ନଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବରର ପ୍ରଥମ ସ୍ତ୍ରୀ । ପରେ ସେ ରାଗି ଯାଇ ବିବାହ ମଣ୍ଡପରେ ନିଆଁ ଲଗାଇ ଦେଲେ । ଦେଖୁ ଦେଖୁ ଜଳି ଗଲେ ୫୭ ଜଣ ଲୋକ । ଏହା ଆପଣଙ୍କୁ ଗୋଟିଏ କାହାଣୀ ପରି ଲାଗୁ ଥାଇ ପାରେ, କିନ୍ତୁ ଏହା କୌଣସି କାହାଣୀ ନୁହେଁ । ଏମିତି ଏକ ଭୟାନକ ଘଟଣା ଘଟିଛି  କୁଓ୍ୱେତ ସହରରେ । ଏହି ଘଟଣା ଶୁଣିବା ପରେ ଯେମିତି ସାରା ସହର ଥରି ଯାଇଛି ।

ଏମିତି ଲୋମଟାଙ୍କୁରା କାହାଣୀ ଘଟାଇଛନ୍ତି ନାସରା ୟୁସୁଫ ମହମ୍ମଦ (Nasra Yussef Mohammad Al-Enezi) ।  ୨୦୦୯ ଅଗଷ୍ଟ ୧୫ରେ କୁଓ୍ୱେତ ସହରରେ ସେ ଏମିତି ଏକ ଘଟଣା ଘଟାଇଥିଲେ  ସେଠିକା ସରକାରଙ୍କୁ ଆଇନ  ବଦଳାଇବାକୁ ପଡିଥିଲା ।

ନାସରା ତାଙ୍କ ସ୍ୱାମୀ ଯାଏଦ ଯାଫିରଙ୍କ ସହ କୁଏତ ସହରରେ ରୁହନ୍ତି । ତାଙ୍କର ତେଲ ବ୍ୟବସାୟ ବେଶ ଭଲ ଚାଲୁଥିଲା । ତେଣୁ ଅଭାବ  ନଥିଲା । ଦୁଇ ଛୁଆଙ୍କୁ ନେଇ ବେଶ୍ ହସ ଖୁସିରେ ଚାଲିଥିଲା ପରିବାର । ତେବେ ପିଲାବେଳେ ନାସରା ଟିକିଏ ବଦରାଗୀ ଥିଲେ ବୋଲି କୁହାଯାଉଛି । ଇସଲାମ ଧର୍ମର ହୋଇଥିବାରୁ ଯାଏଦ ଦ୍ୱିତୀୟ ବିବାହ କରିବା ପାଇଁ ଚାହିଁଥିଲେ । ହେଲେ ଯାଏଦଙ୍କ ଏହି ନିଷ୍ପତ୍ତିରେ ନାସରା ସହମତ ନଥିଲେ । କିନ୍ତୁ ଯାଏଦ ତାଙ୍କ ନିଷ୍ପତ୍ତିରେ ଅଟଳ ରହି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଲେ । ୨୦୦୯ ଅଗଷ୍ଟ ୧୫ରେ ବିବାହ ଚାଲିଥାଏ । ସମସ୍ତେ ଖୁସି ଥାଆନ୍ତି । ଏହି ସମୟରେ ନାସରା ବୁରଖା ପିନ୍ଧି ସାଙ୍ଗରେ ଛୋଟ ଛୋଟ ପେଟ୍ରୋଲ ଜାର ଧରି ବିବାହ ସ୍ଥାନକୁ ପହଞ୍ଚିଥିଲେ । ପରେ ମଣ୍ଡପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଦେଖୁ ଦେଖୁ ଆଖି ପିଛୁଳାକେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ନିଆଁ ଦେଖି ସେଠାରୁ କିଛି ଲୋକ ବାହାରକୁ ପଳାଇ ଯାଇଥିଲେ କିନ୍ତୁ ଅନେକ ଲୋକ ସେଠାରେ ଫସି ରହିଥିଲେ ।

ଗଣମାଧ୍ୟ ରିପୋର୍ଟ ଅନୁଯାଇ, କେବଳ ୩ ମିନିଟରେ ବହୁ ଲୋକଙ୍କ ଜୀବନ ଚାଲି ଯାଇଛି । ୪୧ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳ ୯୦ ଜଣ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ କିଛି ଆହତଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକ ସଂଖ୍ୟା ୫୭ ଛୁଇଁଥିଲା । କୁହାଯାଉଛି ଯେ ମୃତଙ୍କ ମଧ୍ୟରେ କେବଳ ମହିଳା ଏବଂ ଶିଶୁ ରହିଥିଲେ ।

ଘଟଣାସ୍ଥଳରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ ଏହି ଭୟାନକ ଘଟଣା ଯାଏଦଙ୍କ ପତ୍ନୀ ନାସରା ଘଟାଇଛନ୍ତି ।  ତାଙ୍କୁ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ । କିନ୍ତୁ ଏତିକିରେ ବି ନାସରାଙ୍କ କାରନାମା ସରି ନଥିଲା । ସେ କୋର୍ଟରେ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି । କୁଏତର ଆଇନ ଅନୁସାରେ ଗର୍ଭବତୀ ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇପାରିବ ନାହିଁ । ଯାହାଫଳରେ ତାଙ୍କୁ ଜେଲରେ ରଖାଗଲା । ପରେ ତାଙ୍କର ମେଡିକାଲ ଯାଞ୍ଚ ହେବା ପରେ ଜଣାପଡିଥିଲା ଯେ ସେ ଗର୍ଭବତୀ ନାହାଁନ୍ତି । ଏହି କଥା କୋର୍ଟରେ ପହଞ୍ଚିବା ପରେ ନାସରାଙ୍କୁ ୨୫ ଜାନୁଆରୀ ୨୦୧୭ରେ ମୃତ୍ୟୁ ଦଣ୍ଡ ଦିଆଗଲା ।

ତେବେ ଏହି ଘଟଣା ପରେ କୁଏତରେ ନିୟମ ବଦଳି ଗଲା । ବାହାଘରରେ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ସହ ଟେଣ୍ଟ ଗୁଡିକ ଫାୟାର ପ୍ରୁଫ୍ କରିବା ଏବଂ ଟେଣ୍ଟରୁ ବାହାରିବା ପାଇଁ ଅତିକମରେ ତିନୋଟି ଗେଟ ରଖିବା ବାଧ୍ୟତାମୂଳକ କରାଗଲା ।

Leave A Reply

Your email address will not be published.