ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି ।
ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା ଟ୍ରାଫିକ୍ ପୋଲିସ ତାଙ୍କୁ ଅଟକାଇଥିଲେ । ପରେ ନୂଆ ମୋଟର ଭେହିକିଲ୍ ଆଇନର ଉଲଂଘନ କରିବା ଅଭିଯୋଗରେ ୧୯୪ ଡି ଅଧିନରେ ତାଙ୍କ ନାମରେ ଚାଲାଣ କଟାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଦ୍ରୁତ ଗତିରେ ଗାଡି ଚଳାଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଗତ ସେପ୍ଟେମ୍ବରରେ ଶାମପୁର ଛକଠାରେ ତାଙ୍କ ଗାଡି ତଳେ ଆସି ଜଣେ ପଦଯାତ୍ରୀ ଗୁରୁତର ଆହତ ହୋଇଥିଲେ ।
Comments are closed.