Latest Odisha News

BREAKING NEWS

ଆରପାରିରେ ଓଡ଼ିଆ ଟେଲି ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର : ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ହାସ୍ୟାଭିନେତା ସୁନିଲ ନାୟକଙ୍କ ବୁଧବାର ଦିନ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା।

ମିଳିଥିବା ସୂଚନାନୁଯାୟୀ ସୁନିଲ ଗତକାଲି ଏକ କମେଡ଼ି ସିରିଏଲର ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଅଭିନେତା ଜଣକ ଓଡିଆ ଟେଲି ଧାରାବାହିକ ‘ସିନ୍ଦୁରବିନ୍ଦୁ’, ‘ପୁଣି ଗଡବଡ’, ‘ଜେଜେମାଆ’ ଏବଂ ‘ଶଙ୍ଖାସିନ୍ଦୁର’ ଆଦିରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ସୁନିଲଙ୍କ ମୃତ୍ୟୁରେ ଓଡ଼ିଆ ଟେଲି ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.