Latest Odisha News

BREAKING NEWS

ଓଡ଼ିଶା ବୋଲର ପପୁ ରାୟଙ୍କ କମାଲ୍ , ଦେଓଧର ଟ୍ରଫିରେ ହାସଲ କଲେ ୩ଟି ୱିକେଟ

ଭୁବନେଶ୍ୱର: ଇଣ୍ଡିଆ ବି ଏବଂ ଇଣ୍ଡିଆ ସି ମଧ୍ୟରେ ଦିଲ୍ଲୀଠାରେ ବୁଧବାର ଦିନ ଖେଳାଯାଇଥିବା ଦେଓଧର ଟ୍ରଫିର ଏକ ମ୍ୟାଚରେ ବାମହାତୀ ଓଡ଼ିଶା  ବୋଲର୍ ପପୁ ରାୟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆ ସି ପକ୍ଷରୁ ଖେଳୁଥିବା ପପୁ ଦଳ ପକ୍ଷରୁ ୩ଟି ମୂଲ୍ୟବାନ ୱିକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ପ୍ରଥମେ ଇଣ୍ଡିଆ ବି ଦଳ ବ୍ୟାଟିଂ କରି ୯ ୱିକେଟ ବିନିୟମରେ ୨୩୧ ରନ କରିଥିଲେ । ଏହାର ଜବାବରେ ଇଣ୍ଡିଆ ସି ଦଳ ୨୦୧ କରି ଅଲଆଉଟ ହୋଇ ପରାଜୟ ବରଣ କରିଥିଲେ । ମାତ୍ର ଇଣ୍ଡିଆ ସି ଦଳ ପକ୍ଷରୁ ଖେଳିବାକୁ ଚୟନ ହୋଇଥିବା  ପପୁ ରାୟ ତାଙ୍କର ପ୍ରଥମ ମ୍ୟାଚରେ ମାପଚୁପ ବୋଲିଂ କରି ଇଣ୍ଡିଆ ବି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

ଓଡ଼ିଶା ଖେଳାଳି ପପୁ ରାୟ ୧୦ ଓଭର ବୋଲିଂ କରି ୪୫ ରନ ବିନିମୟରେ ୩ଟି ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.