Latest Odisha News

BREAKING NEWS

ହକି ବିଶ୍ୱକପ ପରିଦର୍ଶକଙ୍କ ଲାଗି ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପର୍ଯ୍ୟଟନ’ ବିଭାଗ ପକ୍ଷରୁ ଏକ ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ପ୍ୟାକେଜ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ ପ୍ୟାକେଜ୍ ଟୁର ମାଧ୍ୟମରେ ବିଦେଶୀ ତଥା ବାହାର ରାଜ୍ୟରୁ ଆସିଥିବା ଦର୍ଶକମାନେ ବିଶ୍ୱକପ ହକିର ମଜ୍ଜା ନେବା ସହିତ ଓଡ଼ିଶାର କେତେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲିପାରିବେ ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ପୁରୁଷ ହକି ଆସନ୍ତା ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ।

କ୍ରୀଡ଼ା ଓ ପର୍ଯ୍ୟଟନ ଶିଳ୍ପର ପ୍ରସାର ସହିତ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକମାନେ ଖେଳର ମଜ୍ଜା ଉଠାଇପାରିବେ ଏହି ପ୍ୟାକେଜ୍ ଟୁର୍ ମାଧ୍ୟମରେ ।

ଦିନରେ ଭୁବନେଶ୍ୱର ଓ ଆଖପାଖ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ସନ୍ଧ୍ୟାବେଳେ ବିଶ୍ୱକପ ହକି ମ୍ୟାଚର ମଜ୍ଜା ନେବାର ଲକ୍ଷ୍ୟ ନେଇ ଏହି ପ୍ୟାକେଜ୍ ଟୁର୍ର ବ୍ୟବସ୍ଥା କରାଯାଇଛି ।

ଏହି ସ୍ପେସାଲ୍ ଟୁର୍ ପ୍ୟାକେଜଟି ଏହିପରି:

୧ – ଏହି ଟୁର ପ୍ୟାକେଜରେ ସହର ମଧ୍ୟରେ ଦିନିକିଆ ଏବଂ ଅଧାଦିନର ଟ୍ରିପ୍ ରହିବ ।
୨ – ଏହି ଟୁର୍ ପ୍ୟାକେଜରେ ଭୁବନେଶ୍ୱରର ଆଦିବାସୀ ସଂଗ୍ରହାଳୟ, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ରାଜ୍ୟ ସଂଗ୍ରହାଳୟ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଧଉଳି ଶାନ୍ତିସ୍ତୁପ ବୁଲିବାର ବ୍ୟବସ୍ଥା ରହିଛି ।
୩ – ଏହି ଟ୍ରିପ କଳିଙ୍ଗ ଷ୍ଟାଡ଼ିୟମରୁ ହିଁ ଆରମ୍ଭ ହେବ ।
୪ – ଘରୋଇ ପରିଦର୍ଶକମାନଙ୍କୁ ଏହି ଟ୍ରିପ୍ ଲାଗି ୧,୨୪୫ ଟଙ୍କା ରଖାଯାଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ୧,୮୮୦ ଟଙ୍କା ରଖାଯାଇଛି ।
୫ – ଏହି ପ୍ୟାକେଜରେ ମଧ୍ୟ ଅନ୍ୟ କେତୋଟି ପର୍ଯ୍ୟଟନସ୍ଥଳୀ ବୁଲିବାର ବ୍ୟବସ୍ଥା ରହିଛି । ସେଗୁଡ଼ିକ ହେଲା – ରଘୁରାଜପୁର-ପୁରୀ-କୋଣାର୍କ-ପିପିଲି ସହିତ ସେଠାରୁ ଭୁବନେଶ୍ୱର, ଚିଲିକା ହ୍ରଦ, ସାତପଡ଼ା, ବରକୂଳ, ପାରିକୁଦ ଏବଂ ବୌଦ୍ଧ କୀତ୍ତିୀରାଜି ଯଥା ଲଳିତଗିରି, ଉଦୟଗିରି ଏବଂ ରତ୍ନଗିରି ପରିଦର୍ଶନ କରିବାର ବ୍ୟବସ୍ଥା ରହିଛି ।
୬ – ଏହି ଟ୍ରିପ୍ ଲାଗି ଘରୋଇ ପରିଦର୍ଶକଙ୍କ ଲାଗି ୧,୩୩୫ ଟଙ୍କାରୁ ୧,୭୨୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଏହା ୧,୯୮୦ ଟଙ୍କାରୁ ୨,୩୫୫ ଟଙ୍କା ମଧ୍ୟରେ ଦେୟ ରହିବ ।

ଏହି ପ୍ୟାକେଜରେ ଏସି ପରିବହନ ସହିତ ଲଞ୍ଚ, ଶୁଦ୍ଧ ପାନୀୟ ଜଳ ଏଣ୍ଟ୍ରି ଫି ଏବଂ ଗାଇଡ଼ ବ୍ୟବସ୍ଥା ମଧ୍ୟ ରଖାଯାଇଛି ।

Leave A Reply

Your email address will not be published.